ଚୀନ୍‌ରେ ଆଜୀବନ ରାଜ୍‌ କରିବେ ସି ଜିନ୍‌ପିଙ୍ଗ୍: ଚୀନ୍‌ ସମ୍ବିଧାନ ନେଲା ଐତିହାସିକ ନିଷ୍ପତ୍ତି

ବେଜିଂ: ସି ଜିନ୍‌ପିଙ୍ଗ୍ ଆଜୀବନ ଚୀନର ରାଷ୍ଟ୍ରପତି ହୋଇପାରନ୍ତି। ଏନେଇ ଚୀନ ସଂସଦରେ ଏକ ପ୍ରସ୍ତାବ ପାରିତ ହୋଇଛି। ଏଥିସହିତ ଚୀନ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଅବଧିକୁ ନେଇ ଥିବା କଟକଣା ପ୍ରତ୍ୟାହାର କରାଯାଇଛି। ସମ୍ବିଧାନ ସଂଶୋଧନ ପ୍ରସ୍ତାବ ସପକ୍ଷରେ ୨ହଜାର ୯୫୮ଜଣ ସଦସ୍ୟ ମତ ଦେଇଥିଲେ। ମାତ୍ର ଦୁଇ ଜଣ ସଦସ୍ୟ ଏହାକୁ ବିରୋଧ କରିଥିଲେ। ଗତ ସପ୍ତହାରେ ଶାସକ କମ୍ୟୁନିଷ୍ଟ ଦଳ ସଂସଦରେ ଏ ସମ୍ପର୍କିତ ପ୍ରସ୍ତାବ ଆଣିଥିଲା।

ପୂର୍ବରୁ ଚୀନ୍ ରାଷ୍ଟ୍ରପତି ପାଞ୍ଚ ବର୍ଷ ଲେଖାଏଁ ୨ଟି ଥର ରାଷ୍ଟ୍ରପତି ପଦରେ ରହିବାର ବ୍ୟବସ୍ଥା ଥିଲା। କିନ୍ତୁ ରବିବାର ଏହି ନିୟମରେ ପରିବର୍ତ୍ତନ କରାଯାଇଛି। ୬୪ବର୍ଷ ବୟସ୍କ ସି ଜିନ୍‌ପିଙ୍ଗ୍ ୨୦୧୨ ମସିହାରେ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ନେବା ସହ କ୍ଷମତାକୁ ଆସିଥିଲେ। ଏହାପରେ ସେ ଲଗାତର ଦ୍ୱିତୀୟଥର ପାଇଁ ରାଷ୍ଟ୍ରପତି ପଦ ସମ୍ଭାଳିଥିଲେ।

Previous ArticleNext Article

Send this to a friend