ଚୀନ୍‌ ତିଆରି ଗ୍ଲୋବ୍‌ରେ ଭାରତ ବିକୃତ, ଜମ୍ମୁ କାଶ୍ମୀର ଓ ଅରୁଣାଚଳ ନାହିଁ

Chine

ଟରୋଣ୍ଟୋ: ଚୀନ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ଗ୍ଲୋବ୍‌ରେ ଭାରତର ସୀମାକୁ ବିକୃତ କରି ଦର୍ଶାଯାଇଛି। ଦେଶର ପ୍ରମୁଖ ବିବାଦୀୟ ସୀମାନ୍ତବର୍ତ୍ତି ଅଞ୍ଚଳଗୁଡିକୁ ଏହି ଗ୍ଲୋବରେ ରଖାଯାଇ ନାହିଁ। ଜମ୍ମୁ ଏବଂ କାଶ୍ମୀର ଓ ଅରୁଣାଚଳ ପ୍ରଦେଶ ନ ଥାଇ ଅଙ୍କିତ ଭାରତୀୟ ମାନଚିତ୍ର ସଂଲଗ୍ନ ଏହି ଗ୍ଲୋବ ଏବେ ଚାଇନା ମାର୍କେଟରେ ବିକ୍ରୟ ହେଉଛି।  ଏକ ଅଗ୍ରଣୀ କାନଡୀୟ ଷ୍ଟୋର୍‌ରେ ଚୀନ୍‌ରେ ତିଆରି ହୋଇଥିବା ଏହି ଗ୍ଲୋବ୍‌ ଦେଖିବା ପରେ ଜଣେ ଭାରତୀୟ ବଂଶୋଦ୍ଭବ ଏହାର ଚିତ୍ର ସୋସିଆଲ ମିଡିଆରେ ପୋଷ୍ଟ୍‌ କରିଛନ୍ତି। ଏଥିରେ ଜମ୍ମୁ ଏବଂ କାଶ୍ମୀରକୁ ବିବଦୀୟ ଅଞ୍ଚଳ ଏବଂ ଅରୁଣାଚଳକୁ ଚୀନ୍‌ର ଅଂଶ ବୋଲି ଦର୍ଶା ଯାଇଛି।

କାନାଡାରେ ବହୁ ଦେଶୀୟ ରିଟେଲ୍‌ ଷ୍ଟୋର୍‌ରେ ଏହି ଗ୍ଲୋବ୍‌ ସବୁ ବିକ୍ରୟ ହେଉଛି। ଗଣମାଧ୍ୟମରେ ଏହାର ବିକ୍ରୟ ନେଇ କ୍ଷୋଭ ପ୍ରକାଶ ପାଇବାରୁ ଏହା ଭାଇରାଲ୍‌ ହେବାରେ ଲାଗିଛି।

ତୁରନ୍ତ ଏହି ଗ୍ଲୋବ୍‌ ବିକ୍ରୟ ପ୍ରତ୍ୟାହାର କରିନେବାକୁ ଦାବି କରି ଭାରତୀୟ ଗ୍ରାହକମାନେ କଷ୍ଟକୋ ମ୍ୟାନେଜ୍‌ମେଣ୍ଟ୍‌ରେ ଅଭିଯୋଗ ଦାୟର କରିଛନ୍ତି। ଏହା ଭାରତ ବାହାରେ ଜନ୍ମିତ ଭାରତୀୟ ବଂଶୋଦ୍ଭବ ପିଲାମାନଙ୍କ ଉପରେ କୁପ୍ରଭାବ ପକାଇବ ବୋଲି ସେମାନେ ଚିନ୍ତା ପ୍ରକଟ କରିଛନ୍ତି।

Previous ArticleNext Article

Send this to a friend