ଚୀନର ହୀନ ଚକ୍ରାନ୍ତ: ଜୋତା ଖୋଳରେ ତ୍ରିରଙ୍ଗାର ଚିତ୍ର

Shoe-packed-in-Indian-flag-printed-boxes

ନୂଆଦିଲ୍ଲୀ: ପ୍ରାୟ ତିନି ମାସ ହେବ ଭାରତ-ଚୀନ ମଧ୍ୟରେ ଡୋକଲାମକୁ ନେଇ ବିବାଦ ଲାଗି ରହିଛି। ଯୁଦ୍ଧ ପାଇଁ ଧମକ ଦେଇ ଆସୁଛି। ତେବେ ଇତି ମଧ୍ୟରେ ଚୀନର ଏକ କମ୍ପାନୀ ଭାରତର ଜାତୀୟ ପତାକା ତ୍ରିରଙ୍ଗାକୁ ଅପମାନିତ କରିଛି। କମ୍ପାନୀ ନିଜ ଜୋତା ଖୋଳରେ ତ୍ରିରଙ୍ଗାର ଚିତ୍ର ଲଗାଇଛି।

ଚୀନ କମ୍ପାନୀର ଏହି ଭଳି ହୀନ କାର୍ଯ୍ୟର ଉଦାହରଣ ଉତ୍ତରାଖଣ୍ଡର ଅଲମୋଡାରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନାନୁସାରେ, ଅଲମୋଡାର ଜଣେ ବ୍ୟବସାୟୀ ବିଶନ ବୋରା ଡିଷ୍ଟ୍ରିବ୍ୟୁଟରଙ୍କ ଠାରୁ ଚୀନ କମ୍ପାନୀର ଜୋତା ମଗାଇଥିଲେ। ଅର୍ଡର ଅନୁଯାୟୀ ଜୋତା ଠିକ୍ ସମୟରେ ତାଙ୍କ ଦୋକନକୁ ପହଞ୍ଚିଯାଇଥିଲା। ହେଲେ ଯେତେବେଳେ ବ୍ୟବସାୟୀ ଜଣକ ଜୋତାର ଖୋଳ ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜୋତା ତିଆରି କରିଥିବା କମ୍ପାନୀ ଖୋଳରେ ତ୍ରିରଙ୍ଗାର ଚିତ୍ର ଛପା ଯାଇଥିଲା।

ବ୍ୟବସାୟୀ ଜଣକ ଏ ନେଇ ଥାନାରେ ଏକ ମାମଲା  ଦାୟର କରିଥିଲେ। ପୋଲିସ ଏ ନେଇ ତଦନ୍ତ କରିବା ପରେ ଜଣାପଡିଛି, ଉଦ୍ଧମ ସିଂ ନଗର  ଜିଲ୍ଲାର ରୁଦ୍ରପୁର ସହର ସ୍ଥିତ ଜଣେ ଡିଷ୍ଟ୍ରିବ୍ୟୁଟର ଏହି ଜୋତା ପଠାଇଥିଲା। ଜିଲ୍ଲା ଏସ୍‌ଏସ୍‌ପି ଡିଷ୍ଟ୍ରିବ୍ୟୁଟରଙ୍କୁ ରିପୋର୍ଟ ତଲବ କରିଥିଲେ।

ଡିଷ୍ଟ୍ରିବ୍ୟୁଟର କହିଛନ୍ତି,“ ଦିଲ୍ଲୀର ଜଣେ ବଡ଼ ଡିଷ୍ଟ୍ରିବ୍ୟୁଟରଙ୍କଠାରୁ ମୁଁ ଏହି ଜୋତା ମଗାଇଥିଲି।”

ଉତ୍ତରାଖଣ୍ଡ ପୋଲିସ ଖୁବଶୀଘ୍ର ଦିଲ୍ଲୀ ଡିଷ୍ଟ୍ରିବ୍ୟୁଟରଙ୍କୁ ପଚରାଉଚରା କରିବ।

Previous ArticleNext Article

Send this to a friend