ଭାରତୀୟ ନୌସେନାକୁ ଚୀନ୍‌ର ଡର: ଭାରତ ମହାସାଗରରେ କରୁଛି ଫାୟରିଂ ଡ୍ରିଲ୍‌

china

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଡୋକଲାମ ବିବାଦର ସମାଧାନ ପାଇଁ ଚୀନ୍‌ ଚାହୁଁନାହିଁ। ଦ୍ୱିପାକ୍ଷିକ ଆଲୋଚନା ଜରିଆରେ ବିବାଦର ସମାଧାନ ପାଇଁ ଭାରତ ବାରମ୍ବାର କହି ଆସୁଥିଲେ ମଧ୍ୟ ଚୀନ୍‌ ଯୁଦ୍ଧ ପାଇଁ ଉସକାଇବାରେ ଲାଗିଛି। ସ୍ଥିତି ଏପରି ସୃଷ୍ଟି କରୁଛି ଯେ, ଲାଗୁଛି ଯେକୌଣସି ସମୟରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଯିବେ। ଗୋଟିଏ ପଟେ ଯୁଦ୍ଧ ଧମକ ଦେଉଥିବା ଚୀନ୍‌ କିନ୍ତୁ ଭାରତର ପ୍ରସ୍ତୁତିକୁ ନେଇ ଛାନିଆ ହୋଇଗଲାଣି। ବଡ଼ ବଡ଼ କଥା କହି ଭାରତକୁ ୧୯୬୨ ସ୍ଥିତି ମନେ ପକାଇବାକୁ କହୁଥିବା ଚୀନ୍‌ ଯୁଦ୍ଧ ମଇଦାନକୁ ଓହ୍ଲାଇଲେ ନିଜ ସ୍ଥିତି କ’ଣ ହେବ ତାକୁ ନେଇ ଘାରି ହେଉଛି। ଏପରି ସ୍ଥିତିରେ ଭାରତୀୟ ନୌସେନାର ପ୍ରସ୍ତୁତିକୁ ନେଇ ଘାବରେଇ ଯାଇଛି ଚୀନ୍‌। ଏଥିପାଇଁ ଭାରତ ମହାସାଗରରେ ଲଶଇଭ୍‌ ଫାୟରିଂର ଡ୍ରିଲ୍‌ କରିଛି। ଚୀନ୍‌ର ଯୁଦ୍ଧ ଜାହାଜଗୁଡିକ ପଶ୍ଚିମ ଭାରତ ମହାସାଗରରେ ନିଜ କ୍ଷମତା ଦୃଢ କରିବାକୁ ଏପରି ଡ୍ରିଲ କରିଥିବା ଜଣାପଡିଛି।

ଚୀନ୍‌ ଛାନିଆ ହେବାର କାରଣ

ଚୀନକୁ ମାତ ଦେବା ପାଇଁ ଭାରତ ନୂଆ ରଣକୌଶଳ ଆପଣେଇଛି। ନୂଆ ରଣନୀତି ଅନୁଯାୟୀ ଭାରତ ମହାସାଗରରେ ଚୀନର ଶକ୍ତିକୁ ପରାହତ କରିବା ପାଇଁ ଭାରତୀୟ ସେନା ବାଂଲାଦେଶ ସହ ମିଶି ସମରାଭ୍ୟାସ୍‌ କରିବାକୁ ଯାଉଛି। ଯାହାର ନାଁ ରଖଶଯାଇଛି ‘ସମ୍ବନ୍ଧ’। ଏଥିରେ ବାଂଲାଦେଶ ସମେତ ଥାଇଲାଣ୍ଡ, କେନିଆ, ଓମାନ, ମାଲେସିଆ, ଭିଏତନାମ ମଧ୍ୟ ସାମିଲ ହେବେ।

ଆହୁରି ପଢ଼ନ୍ତୁ: ଚୀନକୁ ଭାରତ ଘେରିବ ଏମିତି: ନୌସେନା କଲା କୂଟନୀତି, ବାୟୁସେନା କଲା ରଣନୀତି

Previous ArticleNext Article

Send this to a friend