ଏମିତି ସହିଦ ହୋଇଗଲା ପୁଅ :୬ ଘଣ୍ଟା ପୂର୍ବରୁ ପୁଅକୁ ଆଲିଙ୍ଗନ କରିଥିଲେ, ୬ ଘଣ୍ଟା ପରେ ଜୁଇ ଜାଳିଲେ  

ଜମ୍ମୁ: ଏମିତି ବି ସମୟ ଆସେ। ଏମିତି ବି ଦୁଃଖ ଅସେ। ୬ ଘଣ୍ଟା ପୂର୍ବରୁ ଆଲିଙ୍ଗନ କରିଥିଲେ। ଆଉ ୬ଘଣ୍ଟା ପରେ ପୁଅର ଜୁଇ ଜାଳିଲେ। ମାତ୍ର କେଇ ଘଣ୍ଟାରେ ସବୁକିଛି ଏପଟ ସେପଟ ହେଇଗଲା।  ପୁଅକୁ ଛାଡ଼ି ଟ୍ରେନ୍‌ରେ ଫେରିବା ବେଳେ ଘରେ ପହଞ୍ଚି ନ ଥିଲା ବେଳେ ହଠାତ୍‌ ଆସିଲା ମୃତ୍ୟୁର ଖବର।  ଏମିତି ଏକ ଦୁଃଖଦ ଘଟଣା ଜଣେ ଯବାନଙ୍କ ବାପା ସହ ଘଟଟିଛି। ସେନାରେ ଚାକିରି କରିଥିବା ପୁଅ ଜିତେନ୍ଦ୍ରଙ୍କୁ ଛାଡ଼ିଆସିବାର ୬ଘଣ୍ଟା ପରେ ଆସିଲା ମୃତ୍ୟୁର ଖବର। ସୂଚନା ଅନୁଯାୟୀ ଜିତେନ୍ଦ୍ର ଚୌଧୁରୀ ଜମ୍ମୁ଼-କାଶ୍ମୀରରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ କାମ କରନ୍ତି। ଜିତେନ୍ଦ୍ର ଚୌଧୁରୀଙ୍କ ଘର ହେଉଛି ରାଜସ୍ଥାନର ଜୟପୁରରେ।

ଜିତେନ୍ଦ୍ର ଚୌଧୁରୀ ଘରକୁ ଆସିଥିଲା ବେଳେ ତାଙ୍କ ବାପା ସମୁଦ୍ର ସିଂ ଚୌଧୁରୀ ତାଙ୍କୁ ଟ୍ରେନ୍‌ରେ ଛାଡ଼ିବାକୁ ଆସିଥିଲେ। ଜମ୍ମୁ ଷ୍ଟେସନରେ ପହଞ୍ଚିବା ପରେ ପୁଅ ବାପାକୁ ଖୁସିରେ ଆଲିଙ୍ଗନ କରିଥିଲେ। ତେବେ ବୁଧବାର ପୁଅକୁ ଛାଡ଼ି ଟ୍ରେନ୍‌ର ଘରକୁ ଫେରିବାର ୬ ଘଣ୍ଟା ମଧ୍ୟରେ ପୁଅର ମୃତ୍ୟୁ ଖବର ଆସିବାକୁ ସେ ସହଜରେ ଗ୍ରହଣ କରିପାରୁ ନାହାନ୍ତି।  କେବଳ ସମୁଦ୍ର ସିଂ ଚୌଧୁରୀ ନୁହନ୍ତି ତାଙ୍କ ପରିବାରର କୌଣସି ସଦସ୍ୟ ଏହି ଖବରକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ପାକିସ୍ତାନ ସେନାର ଗୁଳିମାଡ଼ରେ ସହିଦ ହୋଇଛନ୍ତି ଜିତେନ୍ଦ୍ର ସିଂ। ପାକିସ୍ତାନର ସିଜ୍‌ ଫାୟାର ଉଲ୍ଲଂଘନ ଯୋଗୁ ଜିତେନ୍ଦ୍ର ପ୍ରାଣହରାଇ ଥିବା ସେନାର ବରିଷ୍ଠ ଅଧିକାରୀ କହିଛନ୍ତି।

ଜିତେନ୍ଦ୍ର ବିବାହିତ ହୋଇଥିବା ବେଳେ ତାଙ୍କର ଏକ ଶିଶୁପୁତ୍ର ଅଛି।  ଜିତେନ୍ଦ୍ରଙ୍କ ବାପା ସମୁଦ୍ର ସିଂ କହିଛନ୍ତି ଯେ, ମୋ ପୁଅର ଡେପୁଟି କମାଣ୍ଡଣ୍ଟକୁ ପ୍ରମୋସନ ହେବାର ଥିଲା।  ତେଣୁ ଏହି ଖୁସିରେ ସାପରିବାରକୁ ସେ ଜମ୍ମୁ ବୁଲାବା ପାଇଁ ଡାକିଥିଲା। ଆମେ ସମସ୍ତେ ଜମ୍ମୁ ଯାଇଥିଲୁ । ଆଉ ବୁଲାବୁଲି ସାରି ବୁଧବାର ପୂର୍ବରୁ ରାଜସ୍ଥାନ ଫେରିଆସିଥିଲୁ। ଶେଷଥର ପାଇଁ ପୁଅ ମତେ ଆଲିଙ୍ଗନ କରିଯାଇଥିଲା।  ହେଲେ ଯିବାର ୬ ଘଣ୍ଟା ପରେ ଯେଉଁ ଖବର ଆସିଲା ତାହା ଅବିଶ୍ୱସନୀୟ ଥିଲା ବୋଲି ସମୁଦ୍ର ସିଂ କହିଛନ୍ତି।

Previous ArticleNext Article

Send this to a friend