ମହାଭିଯୋଗ ନୋଟିସ୍‌ ପରେ, ଏବେ କହିଲେଣି ନ୍ୟାୟିକ କାର୍ଯ୍ୟରୁ ଅଲଗା ରୁହ

ନୂଆଦିଲ୍ଲୀ: ସୋମବାର ଭାରତର ମୁଖ୍ୟ ନ୍ୟାୟାଧିଶଙ୍କ ବିରୋଧରେ ଆସିଥିବା ମହାଭିଯୋଗ ନୋଟିସ୍‌କୁ ଖାରଜ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ। ଏଣେ CJI ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ପିଛା ଛାଡିବାର ନାଁ ଧରୁନି କଂଗ୍ରେସ। ପ୍ରଥମେ ମହାଭିଯୋଗ ନୋଟିସ୍‌ ଆଣିବା ପରେ ଏବେ କଂଗ୍ରେସ ମିଶ୍ରଙ୍କୁ ନ୍ୟାୟିକା କାର୍ଯ୍ୟରୁ ଅଲଗା ରହିବାକୁ ଦାବି କରୁଛି।

ଏକ ସାମ୍ୱାଦିକ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ଦଳୀୟ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି କି, ପ୍ରଧାନ ନ୍ୟାୟାଧିଶଙ୍କ ଉପରେ ଲାଗିଥିବା ଦୋଷର ଫଇସଲା ନ ହେବା ପର୍ଯ୍ୟନ୍ତ ନ୍ୟାୟିକ ଏବଂ ପ୍ରଶାସନିକ କାର୍ଯ୍ୟରୁ ସେ ନିଜକୁ ଦୂରେଇ ରଖିବା କଥା । କାରଣ ଏମିତି କରିବା ଦ୍ୱାରା ଦେଶର ସର୍ବୋଚ୍ଚ ପଦବୀ ପ୍ରତି ରହିଥିବା ତାଙ୍କର ନିଷ୍ଠା ସ୍ପଷ୍ଟ ହେବ।

ସୁରଜେୱାଲା କହିଛନ୍ତି- “ନ୍ୟାୟପାଳିକାର ଶୀର୍ଷ ପଦରେ ରହି ଯେ, ଲୋକଙ୍କୁ ନ୍ୟାୟ ଦେବାକୁ ଆସିନ ହୋଇଛନ୍ତି ସେ ଆଜି ସମସ୍ତଙ୍କ ସନ୍ଦେହ ଘେରରେ। ତେଣୁ ଆମେ ଏହି ନିଷ୍ପତ୍ତି ଆମେ ତାଙ୍କ ବିବେକ ଉପରେ ଛାଡି ଦେଇଛୁ। ”

Previous ArticleNext Article

Send this to a friend