ଯୋଗୀଙ୍କୁ ହତ୍ୟା କରିବାକୁ ଲଣ୍ଡନରେ ରଚାଯାଉଛି ଷଡଯନ୍ତ୍ର: ଏନ୍‌ଏସ୍‌ଜି ସହ କ୍ୟୁଆରଟି କରିବେ ସୁରକ୍ଷା

yogi_adityanath

ଲକ୍ଷ୍ନୌ: ଉତ୍ତରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରାଯିବାକୁ ଷଡଯନ୍ତ୍ର ରଚା ସରିଛି। ଏହି ଷଡଯନ୍ତ୍ରକୁ କାର୍ଯ୍ୟକାରୀ କରିବାକୁ ୧୨ରୁ ଅଧିକ ପ୍ରଶିକ୍ଷିତ ଆତଙ୍କୀ ଉତ୍ତର ପ୍ରଦେଶରେ ପ୍ରବେଶ କରି ସାରିଲେଣି। କେହି ପାଖ ପଡ଼ୋଶୀ ନୁହନ୍ତି ସୁଦୂର ଲଣ୍ଡନର ଥାଇ କିଛି କାଶ୍ମୀର ଆତଙ୍କୀ ରଚିଛନ୍ତି ଏହି ଚକ୍ରବ୍ୟୁହ। ଏପରି ଏକ ସମ୍ବେଦନଶୀଳ ସୂଚନା ଗୁଇନ୍ଦା ବିଭାଗ ଦେବା ପରେ ଯୋଗୀଙ୍କ ସୁରକ୍ଷା ବଢାଇ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ହେବା ପରେ ଯୋଗୀଙ୍କୁ ଜେଡ ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଯେଉଁଥିରେ ଜାତୀୟ ସୁରକ୍ଷା ଗାର୍ଡ (ଏନ୍‌ଏସ୍‌ଜି)ର ୩୫ କମାଣ୍ଡୋ ନିୟୋଜିତ ହୋଇଛନ୍ତି। ଏମାନେ ଯୋଗୀଙ୍କୁ ମୋବାଇଲ ସୁରକ୍ଷା ଯୋଗାଉଛନ୍ତି। ପ୍ରତିଥରରେ ୭ ଜଣ କମାଣ୍ଡୋ ଯୋଗୀଙ୍କୁ ଜଗି ରହୁଛନ୍ତି। ଏବେ ଏହି କମାଣ୍ଡୋମାନଙ୍କ ସହ ଏନ୍‌ଏସ୍‌ଜିର କ୍ୟୁଆରଟି ଟିମ୍‌ ମଧ୍ୟ ଯୋଗୀଙ୍କୁ ସୁରକ୍ଷା ତେବେ ବୋଲି ନିଷ୍ପତ୍ତି ନିଆଯାଇଛି।

ମୁଖ୍ୟମନ୍ତ୍ରୀ ହେବା ପରେ ଯୋଗୀ କିଛି ଦୃଢ ନିଷ୍ପତ୍ତି ନେଇଛନ୍ତି। ବିଶେଷ କରି କଂସେଇଖାନା ବନ୍ଦ ନିଷ୍ପତ୍ତକୁ ନେଇ ବହୁ ହୋହାଲ୍ଲା ହୋଇଛି। ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଯୋଗୀ ମୁସଲମାନ ବିରୋଧୀ ବୋଲି ଅଭିଯୋଗ ରହି ଆସିଛି। ଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ କରି ଉତ୍ତରପ୍ରଦେଶରେ ମୁସଲମାନଙ୍କୁ ଚପାଇ ରଖିବାକୁ ବିଜେପି ଉଦ୍ୟମ କରୁଥିବା ମଧ୍ୟ ବିରୋଧୀ ଅଭିଯୋଗ କରିଛନ୍ତି। ଏପରିସ୍ଥିତିରେ ଗୁଇନ୍ଦା ବିଭାଗରୁ ଆସିଥିବା ଖବରକୁ ନେଇ ସୁରକ୍ଷା ଏଜେନ୍ସି ସତର୍କ ହୋଇଯାଇଛନ୍ତି।

Previous ArticleNext Article

Send this to a friend