ହାତ ଧରୁଛି ପଦ୍ମଫୁଲ: ଗରମ୍‌ ହେଲା ଦଳବଦଳ ରାଜନୀତି

barkha_shukla_1492855002_749x421

ନୂଆଦିଲ୍ଲୀ: ବିଜେପିରେ ମିଶ୍ରଣ ପ୍ରକ୍ରିୟା ଜାରି। ଦିଲ୍ଲୀ ଏମସିଡି ନିର୍ବାଚନର ଠିକ୍‌ ଦିନକ ପୂର୍ବରୁ  କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ବର୍ଖା ସିଂହ। ଏହା ପୂର୍ବରୁ ରାହୁଲ ଗାନ୍ଧି ଓ ଅଜୟ ମାକନ୍‌ଙ୍କୁ ସମାଲୋଚନା କରି କଂଗ୍ରେସରୁ ନିଲମ୍ବିତ ହୋଇଥିଲେ ବର୍ଖା । ବିଜେପିରେ ସାମିଲ ହେବା ପରେ ସେ କଂଗ୍ରେସ ଉପରେ ବର୍ଷିଛନ୍ତି। ବର୍ଖା କହିଛନ୍ତି କଂଗ୍ରେସର ଶୀର୍ଷ ନେତୃତ୍ୱ ଦିଗହରା ହୋଇଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଦର୍ଶକୁ ଅନୁସରଣ କରି ବିଜେପିରେ ଯୋଗ ଦେଇଥିବା ସେ କହିଛନ୍ତି। ଦୁଇ ଦିନ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଅରବିନ୍ଦର୍‌ ସିଂହ ଲଭ୍‌ଲି କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିଲେ।

 

Previous ArticleNext Article

Send this to a friend