‘ମାସିକ ଋତୁସ୍ରାବ ଚାଲିଥିଲେ ମହିଳାଙ୍କୁ ମନ୍ଦିର ବାରଣ କରାଯିବା ଉଚିତ୍’

hasan

ନୂଆଦିଲ୍ଲୀ:ମାସିକ ଋତୁସ୍ରାବ ସମୟରେ ମହିଳାଙ୍କୁ ମନ୍ଦିର କିମ୍ବା କୌଣସି ଧର୍ମପୀଠକୁ ବାରଣ କରାଯିବା ଉଚିତ୍। ଏହି ସମୟରେ ସେମାନଙ୍କ ପାଦ ପଡ଼ିଲେ ସେ ସ୍ଥାନ ଅପବିତ୍ର ହୋଇଯିବ। ତେଣୁ ମାସିକ ଧର୍ମ ଚାଲୁଥିବା ବେଳେ ମହିଳାଙ୍କୁ କୌଣସି ଧର୍ମସ୍ଥଳୀକୁ ପ୍ରବେଶ ପାଇଁ ଅନୁମିତି ଦିଆଯିବା ଉଚିତ୍‌ ନୁହେଁ। ମହିଳାଙ୍କୁ ନେଇ ଏମିତି କିଛି ଅରୁଚିକର ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଏମ ଏମ ହାସନ। ଥିରୁଅନନ୍ତପୁରମର ଏକ ଭରି ସଭାରେ କଂଗ୍ରେସ ନେତା ଏମଏମ ହାସନ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ମାସିକ ଋତୁସ୍ରାବ ହେଉଛି ସମ୍ପୂର୍ଣ୍ଣ ଅପବିତ୍ର। ଆଉ ଏହି ସମୟରେ ମହିଳାମାନଙ୍କୁ ଧର୍ମସ୍ଥଳୀକୁ ବାରଣ ସମ୍ପର୍କରେ ବିଜ୍ଞାନସମତ କାରଣ ରହିଛି।

ତାଙ୍କର ଏହି ମନ୍ତବ୍ୟକୁ କେହି ଅନ୍ୟ ଅର୍ଥରେ ନ ନେବାକୁ ସେ କହିଛନ୍ତି।  ଏଥିସହ ସେ ମୁସଲମାନ ମହିଳାଙ୍କ ଉଦାହରଣ ଦେଇଥିଲେ। କହିଥିଲେ ମାସିକ ଋତୁସ୍ରାବ ସମୟରେ ମୁସଲିମ ମହିଳାମାନେ ଉପବାଷ କରନ୍ତି ନାହିଁ।  ତେଣୁ ହିନ୍ଦୁ ମହିଳାଙ୍କୁ ଏହି ସମୟରେ ମନ୍ଦିର ଛଡ଼ାଯିବା  ଉଚିତ୍‌ ନୁହଁ ବୋଲି ସେ କହିଛନ୍ତି। ହାସନ ହେଉଛନ୍ତି କେରଳର ଜଣେ ପୂର୍ବତନ ମନ୍ତ୍ରୀ। ଆଜି ତାଙ୍କୁ କେରଳରେ ମଧ୍ୟବର୍ତ୍ତୀକାଳିନ ପିସିସି ସଭାପତି ଭାବେ ନିଯୁକ୍ତି ମିଳିଛି।

Previous ArticleNext Article

Send this to a friend