ପ୍ରେମୀଯୁଗଳଙ୍କୁ ଉଲଗ୍ନ କରି ଗାଁରେ ବୁଲାଇଲେ, ଭିଡିଓ ସୁଟିଂ କଲେ

ଜୟପୁର: ରାଜସ୍ଥାନର ଉଦୟପୁରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଉଦୟପୁରର ସୁଖେର ଅଞ୍ଚଳର ସରେ ଗାଁରେ ଏକ ପ୍ରେମୀଯୁଗଳଙ୍କୁ ଅମାନବୀୟ ଦଣ୍ଡ ଦିଆଯାଇଛି। ଆଇନକୁ ବେଖାତିର କରି ଏହି ପ୍ରେମୀଯୁଗଳଙ୍କୁ ଉଲଗ୍ନ କରି ଗାଁ ଦାଣ୍ଡରେ ବୁଲାଇଛନ୍ତି କିଛି ଅସାମାଜିକ ଲୋକ। କିଛି ଲୋକ ଏହି ଦୃଶ୍ୟକୁ ନିଜ ମୋବାଇଲ୍‌ରେ ରେକର୍ଡିଂ ମଧ୍ୟ କରିଛନ୍ତି। ଏ ଘଟଣାରେ ପୋଲିସ୍‌ ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ଜଣଙ୍କୁ ଗିରଫ କରିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଉକ୍ତ ମହିଳାଙ୍କ ସ୍ୱାମୀ।

ମିଳିଥିବା ଖବର ଅନୁଯାୟୀ, ମହିଳା ଜଣଙ୍କ ଦୁଇ ଦୁଇ ଥର ବାହାଘର ହୋଇଥିଲେ। କିନ୍ତୁ ତାଙ୍କର ଦୁଇଟି ଯାକ ବିବାହ ବିଫଳ ହୋଇଥିଲା। ଯେତେବେଳେ ତାଙ୍କର ପୂର୍ବତନ ସ୍ୱାମୀ ଜାଣିଲେ ଯେ ସେ ତାଙ୍କ ପ୍ରେମିକଙ୍କ ସହିତ ଗୋଟିଏ ଘରେ ଅଛନ୍ତି, ସେତେବେଳେ ସେ କିଛି ଗୁଣ୍ଡାଙ୍କୁ ଧରି ସେଠାରେ ପହଞ୍ଚିଥିଲେ। ସେମାନେ ଉକ୍ତ ମହିଳା ଓ ତାଙ୍କ ପ୍ରେମିକଙ୍କୁ ମାଡ଼ ମାରିଥିଲେ। ତା’ପରେ ସେମାନେ ଦୁଇ ଜଣଙ୍କୁ ଉଲଗ୍ନ କରି ଦଉଡ଼ିରେ ବାନ୍ଧି ଗାଁରେ ବୁଲାଇ ଥିଲେ। ଏହି ସମୟରେ କିଛି ଗ୍ରାମବାସୀ ଏହାର ଭିଡିଓ ସୁଟିଂ କରିଥିଲେ। ଗାଁର କୌଣସି ଲୋକ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସି ନଥିଲେ। ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ଜଣ ଗିରଫ ହୋଇଥିବା ବେଳେ ଭିଡିଓ ଉଠାଇ ଥିବା ଲୋକଙ୍କୁ ମଧ୍ୟ ଗିରଫ କରିବାକୁ ପୋଲିସ୍ ତଦନ୍ତ ଚଲାଇଛି।

Previous ArticleNext Article

Leave a Reply

Send this to a friend