ଜବତ ହେବ ଡନ୍‌ର ସମ୍ପତ୍ତି

ନୂଆଦିଲ୍ଲୀ: ମୋଷ୍ଟ ୱାଣ୍ଟେଡ୍ ଡନ୍ ଦାଉଦ୍ ଇବ୍ରାହିମ୍‌କୁ ସୁପ୍ରିମକୋର୍ଟରୁ ଝଟ୍‌କା ମିଳିଛି। ମୁମ୍ବାଇ ନାଗପଡ଼ାରେ ଥିବା ତାର କୋଟି କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିବେ ସରକାର। ଏନେଇ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ଦାଉଦଙ୍କ ସମ୍ପତ୍ତିକୁ ଜବତ ନକରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦାଉଦଙ୍କ ମାଆ ଏବଂ ଭଉଣୀ ହସିନା ପାରକର୍। ତେବେ ଏହି ଆବେଦନକୁ ଖାରଜ କରିଛନ୍ତି ସବୋର୍ଚ୍ଚ ଅଦାଲତ।

ମୁମ୍ବାଇ ନାଗପଡ଼ାରେ ଦାଉଦର କୋଟି କୋଟି ସମ୍ପତ୍ତି ରହିଛି। ସେଥିମଧ୍ୟରୁ କିଛି ସମ୍ପତ୍ତି ମାଆ ଅମିନା ଓ ଭଉଣୀ ହସିନାଙ୍କ ନାଁରେ ରହିଛି। ଏ ସମସ୍ତ ସମ୍ପତ୍ତିକୁ ବେଆଇନ ଭାବେ ଦାଉଦ୍ ହାସଲ କରିଥିବା କୋର୍ଟ କହିଛନ୍ତି। ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏ ସମସ୍ତ ସମ୍ପତ୍ତିକୁ ସିଜ୍ କରିବା ପାଇଁ ନୋଟିସ୍ କରିଥିଲେ। ଯାହାକୁ ନେଇ ସବୋର୍ଚ୍ଚ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ ଦାଉଦଙ୍କ ପରିବାର।  The Smugglers And Foreign Exchange Manipulators ଆଇନ ଆଧାରରେ ଦାଉଦର ସମ୍ପତ୍ତିକୁ ଜବତ କରିବା ପାଇଁ ଟ୍ରିବୁନାଲ ଏବଂ ପରବର୍ତ୍ତୀ ସମୟରେ ୨୦୧୨ ମସିହାରେ ଦିଲ୍ଳୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

 

Previous ArticleNext Article

Send this to a friend