କାରାଗାରକୁ ଗଲା କାଠଗଡ଼ା: ଖାସ ବଳାତ୍କାରୀ ବାବାଙ୍କ ଦଣ୍ଡବିଧାନ ଲାଗି

Baba-Ram-Rahim

ନୂଆଦିଲ୍ଲୀ: ନ୍ୟାୟପାଳିକା ଇତିହାସରେ ବିରଳ ଘଟଣା। ଜେଲକୁ ଗଲା ଅଦାଲତ। ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ୍‌ ରାମ ରହିମଙ୍କ ମାମଲାର  ଦଣ୍ଡବିଧାନ ପାଇଁ ଅଦାଲତକୁ  ଜେଲ ସ୍ଥାନାନ୍ତର ହେବାକୁ ପଡ଼ିଛି। ରୋହତକ୍‌ସ୍ଥିତ ସୁନାରିଆ ଜିଲ୍ଲାର ଜେଲରେ ରହୁଥିବା  ଗୁରୁମୀତ୍‌ ରାମ ରହିମଙ୍କ  ନିକଟକୁ  ସ୍ୱତନ୍ତ୍ର ସିବିଆଇ ଜଜଙ୍କୁ  ଯିବାକୁ ପଡ଼ିଛି।

ସେଠାରେ ସ୍ୱତନ୍ତ୍ର  ବୈଠକରେ  ରାମ ରହିମଙ୍କ ବିରୋଧରେ ଦଣ୍ଡ ଶୁଣାଣି ହେବ। ହରିୟାଣାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି।  ରାମରହିମଙ୍କ ବିରୋଧରେ ଆସନ୍ତାକାଲି ଦଣ୍ଡବିଧାନ ହେବାକୁ ଥିବା ବେଳେ ଜେଲ ପରିସର ଏବଂ ଆଖପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ହାଇକୋର୍ଟ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ ବିବାଦୀୟ ବାବା ରାମ ରହିମଙ୍କୁ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ଅନୁଗାମୀମାନେ ବ୍ୟାପକ ହିଂସାକାଣ୍ଡ ଘଟାଥିଲେ। ହିଂସାକାଣ୍ଡରେ ୩୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬୯ ଜଣ ଆହତ ହୋଇଛନ୍ତି। ମୋଟ ୫୫୨ ଜଣଙ୍କୁ ଗିରଫ କରାଯାଇଛି। ୮ ଜଣଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ତଦନ୍ତ ପ୍ରକ୍ରିୟା ଜାରି ରହିଛି। ସିସିଟିଭି ଫୁଟେଜରୁ କେହି ଚିହ୍ନଟ ହେଲେ ଗିରଫ ସଂଖ୍ୟା ଆହୁରି ବଢିପାରେ। ପଞ୍ଚକୁଲାର ବିଭିନ୍ନ ସ୍ଥାନରୁ ଗୋଟିଏ AK-47, ଗୋଟିଏ ମାଉଜର, ୫ଟି ପିସ୍ତଲ ଓ ୨ଟି ରାଇଫଲ ସହ ବହୁ ମାରଣାସ୍ତ୍ର ଜବତ କରାଯାଇଛି।

Previous ArticleNext Article

Send this to a friend