ଛାତ୍ରୀଙ୍କୁ ଅଶ୍ଳୀଳ କମେଣ୍ଟ କରୁଥିଲେ ଜେଏନ୍‌ୟୁ ପ୍ରଫେସର

ନୂଆଦିଲ୍ଲୀ: ଦିଲ୍ଲୀର ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ( ଜେଏନ୍‌ୟୁ)ର ଜଣେ ପ୍ରଫେସରଙ୍କ ନାଁରେ ଅସଦାଚରଣ ଅଭିଯୋଗ ହୋଇଛି। ତାଙ୍କ ନାଁ ଅତୁଲ ଜୋହରୀ। ସେ ଛାତ୍ରୀମାନଙ୍କୁ  ଅସଦାଚରଣ କରିବା ସହ ଅଶ୍ଳୀଳ କମେଣ୍ଟ କରୁଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀମାନେ ବସନ୍ତ କୁଞ୍ଜ ସ୍ଥିତ ନର୍ଥ ପୋଲିସ ଷ୍ଟେସନରେ ଏକ ମାମଲା ଦାୟର କରିଛନ୍ତି। ପ୍ରାୟ ୭ ଜଣ ଛାତ୍ରୀଙ୍କ ଅଭିଯୋଗ ଅନୁସାରେ ପୋଲିସ ଧାରା ୩୫୪ ଓ ୫୦୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ପ୍ରଫେସରଙ୍କ ବିରୋଧରେ ଜେଏନ୍‌ୟୁ ପରିସରରେ ଗତ କିଛି ଦିନ ହେବ ଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ପ୍ରଫେସର ଅତୁଲ ବିଶ୍ୱବିଦ୍ୟାଳୟରେ ଲାଇଫ୍‌ ସାଇନ୍ସ ପଢାନ୍ତି। ସେ କହିଛନ୍ତି,“ମୋ ବିରୋଧରେ ଅଭିଯୋଗ କରିଥିବା ଛାତ୍ରୀମାନଙ୍କର ଉପସ୍ଥାନ କମ୍ ରହିଛି। ତେଣୁ ସେମାନେ ମୋ ବିରୋଧରେ ଏଭଳି ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ଏହି ମାମଲାର ତଦନ୍ତ ଚାଲିଛି।”

Previous ArticleNext Article

Send this to a friend