ପରିବେଶ ପ୍ରଦୂଷଣକୁ ନେଇ ଦିଲ୍ଲୀରେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ

kejriwal

ନୂଆଦିଲ୍ଲୀ: ଦିଲ୍ଲୀରେ ଉତ୍କଟ ବାୟୁ ପ୍ରଦୂଷଣ ନେଇ ଚିନ୍ତାରେ ରାଜ୍ୟ ସରକାର। ତୁରନ୍ତ ଏହି ସମସ୍ୟାର ସମାଧାନ ଲାଗି କେନ୍ଦ୍ରର ହସ୍ତକ୍ଷେପ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଆଜି ଅରବିନ୍ଦ କେଜ୍ରିୱାଲ ମନ୍ତ୍ରିମଣ୍ଡଳରର ଜରୁରୀ କ୍ୟାବିନେଟ ବୈଠକ ଡାକିଥିଲେ। ଉକ୍ତ ବୈଠକରେ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ନିର୍ମାଣ କାର୍ଯ୍ୟ ସଂସ୍ଥାରେ ପ୍ରତିବନ୍ଧକ ଲଗାଯାଇଛି। ଏହା ସହିତ ବିଦ୍ୟାଳୟ ଗୁଡ଼ିକୁ ଆସନ୍ତା ତିନିଦିନ ଓ ୧୦ଦିନ ପର୍ଯ୍ୟନ୍ତ ବଦରପୁର ପ୍ଲାଣ୍ଟକୁ ବନ୍ଦ କରିବାକୁ ନେଇ ନିଷ୍ପତ୍ତି ନିଆଯାଇଛି। ଦରକାର ପଡ଼ିଲେ ପୁନର୍ବାର ଦିଲ୍ଲୀରେ ଅଡ ଏବଂ ଇଭିନ୍‌ ନମ୍ବରର ପ୍ରଚଳନ କରାଯିବ ବୋଲି କେଜ୍ରିୱାଲ କହିଛନ୍ତି।

ଯଥାସମ୍ଭବ ଘରେ ରହି କାମ କରିବା ପାଇଁ ଦିଲ୍ଲୀ ଜନତାଙ୍କୁ ଅନୁରୋଧ କରିଛନ୍ତି କେଜ୍ରିୱାଲ। ଆସନ୍ତା କାଲି ଦିଲ୍ଲୀ ଏବଂ ତାର ପଡ଼ୋଶୀ ରାଜ୍ୟ (ୟୁପି, ହରିୟାଣା ଏବଂ ପଞ୍ଜାବ)ର ପରିବେଶ ମନ୍ତ୍ରୀଙ୍କୁ ବାୟୁ ପ୍ରଦୂଷଣ ନେଇ ବୈଠକ ଡକାଯାଇଛି।

Previous ArticleNext Article

Send this to a friend