କଞ୍ଚାଲଙ୍କା ଗୋଟା ୧୦୦୦, ଅମୃତଭଣ୍ଡା ୫୦୦୦: ଡେରା ଆଶ୍ରମରେ ସୁନାଠାରୁ ବି ମୂଲ୍ୟବାନ ପରିବା

Ram-Rahim's-Special-Prasad

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ଦୁଷ୍କର୍ମ ଅପରାଧରେ ସିବିଆଇ କୋର୍ଟ ୨୦ବର୍ଷ ଜେଲଦଣ୍ଡ ସହିତ ୩୦ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ସେ ଏବେ ରୋହତକ ଜେଲରେ ଦଣ୍ଡ ଭୋଗୁଛନ୍ତି। ହେଲେ ଡେରା ସଚ୍ଚା ସୌଦା ଆଶ୍ରମରେ ଆହୁରି ଅନେକ କଳା କାରନାମାର ଗୁମର ଏବେ ଧୀର ଧୀରେ ଖୋଲୁଛି। ଏହାସହ ବିଭିନ୍ନ ତଥ୍ୟ ଏବେ ଲୋକଙ୍କ ସାମ୍ନାକୁ ଆସୁଛି। ରାମ ରହିମ କଳା କାରନାମ ମଧ୍ୟରୁ ଏମିତି ଏକ କାରନାମା ଅଛି ଯାହା ଶୁଣିଲେ ଆପଣ ଚକିତ ହେବେ।
ଏଠାରେ ପରିବା ଦର ସୁନା ଦର ସହ ସମାନ। ଡେରା ସଚ୍ଚା ସୌଦା ଆଶ୍ରମ ମଧ୍ୟରେ କଞ୍ଚାଲଙ୍କା ଓ ଟମାଟୋ ଦର ଏକ ହଜାର ହୋଇଥିବା ବେଳେ ଅମୃତଭଣ୍ଡା ଦର ୫ ହଜାର। ଆପଣ ଭାବୁଥିବେ ଏକ କେଜି କଞ୍ଚାଲଙ୍କା କିମ୍ବା ଏକ କେଜି ଟମାଟୋ ଦର ୧ ହଜାର ଟଙ୍କାରେ ବିକ୍ରିହୋଇଥାଏ। କିନ୍ତୁ ତାହାବି ନୁହେଁ । ଏଠି ଗୋଟିଏ ପିସ୍‌ କଞ୍ଚାଲଙ୍କା, ଓ ଗୋଟିଏ ଟମାଟୋର ମୂଲ୍ୟ ଏକ ହଜାର ଓ ଗୋଟିଏ ପିସ୍‌ ଅମୃତଭଣ୍ଡାର ମୂଲ୍ୟ ୫ହଜାର ଟଙ୍କାରେ ବିକ୍ରି ହୋଇଥାଏ।

କେବଳ ଏତିକି ନୁହେଁ ଗୋଟିଏ ବାଇଗଣର ଦର ଏଠି ୧୦୦୦ ରୁ ୨୦୦୦ ଟଙ୍କାରେ ବିକ୍ରି ହୋଇଥାଏ। ବାଇଗଣର ସାଇଜ୍‌ ଅନୁସାରେ ମୂଲ୍ୟ ଧାର୍ଯ୍ୟ କରାହୁଏ। ୫ ଗ୍ରାମରୁ କମ୍‌ ଓଜନର ବାଇଗଣର ମୂଲ୍ୟ ୧୦୦୦ ଟଙ୍କା ରହିଥିବା ବେଳେ ୫ ଗ୍ରାମରୁ ଅଧିକ ଓଜନ ବାଇଗଣ ୨୦୦୦ ଟଙ୍କାରେ ବିକ୍ରି ହୁଏ। ଖବର ମୁତାବିକ ଡେରା ସଚ୍ଚା ସୌଦା ଆଶ୍ରମର ମୁଖ୍ୟ ରାମ ରହିମ ଆଶ୍ରମ ପରିସରରେ ଥିବା ଜମିରେ ପରିବା ଚାଷ କରି ସେଠାରେ ଅଧିକ ମୂଲ୍ୟରେ ବିକ୍ରି କରୁଥିଲେ। ଫଳରେ ଆଶ୍ରମକୁ ଆସୁଥିବା ଲୋକଙ୍କୁ ଠକି ପ୍ରତିଦିନ ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରୁଥିଲେ।

Previous ArticleNext Article

Send this to a friend