ଭୂତ କାଟୁଛି ମହିଳାଙ୍କ ଚୁଟି! ଥାନାରେ ମାମଲା, ଗାଁ ଲୋକେ ରାତି ଉଜାଗର

ghost-1

ଯୋଧପୁର:(ରାଜସ୍ଥାନ):ବିଜ୍ଞାନର ଯେତେ ବିକାଶ ହେଲେ ମଧ୍ୟ ଆଜି ବି ଅନ୍ଧ ବିଶ୍ୱାସ ଜାଲରୁ ମୁକୁଳି ପାରୁନି ମଣିଷ। ଏକବିଂଶ ଶତାବ୍ଦୀରେ ବି ମଣିଷ ମୁଣ୍ଡରେ ଭୂତ ପେତର ଛାଇ ବସା ବାନ୍ଧି ରହିଛି।  ଏବେ ସେମିତି ଏକ ଚାଞ୍ଚଲ୍ୟକର ଘଟଣା ରାଜସ୍ଥାନରୁ ଆସିଛି। ଯାହା ଆପଣଙ୍କୁ ଚକିତ କରିଦେବ। ଘଟଣାଟି ହେଉଛି ମହିଳା ଏବଂ ଯୁବତୀଙ୍କ ଚୁଟି ଅଚାନକ ଗାୟବ ହୋଇଯାଉଛି। ହେଲେ କେହି ଅନୁଭବ କରିପାରୁ ନାହାନ୍ତି। ପଶ୍ଚିମ ରାଜସ୍ଥାନରେ ଏହି ଅଦ୍ଭୁତ ଘଟଣା ଘଟୁଥିଲେ ମଧ୍ୟ ଏହାକୁ ନେଇ ବିଭିନ୍ନ ପ୍ରକାର ଗୁଜବ ସୃଷ୍ଟି ହେଉଛି। କୁହାଯାଉଛି ଘଟଣା ପଛରେ ଅଜଣା ଶକ୍ତିର ହାତ ରହିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗୋଟିଏ ଭୂତ ହିଁ ମହିଳା ଏବଂ ଯୁବତୀଙ୍କ ଚୁଟି କାଟିଦେଉଛି। ଅଶ୍ଚର୍ଯ୍ୟର ବିଷୟ ହେଉଛି ଗ୍ରାମବାସୀମାନେ ପୋଲିସ ଷ୍ଟେସନରେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି।  ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଭୂତକୁ ଠାବ କରିବା ପାଇଁ ଗ୍ରାମବାସୀ ଦଳ ଦଳ ହୋଇ ରାତି ଉଜାଗର ହେଉଛନ୍ତି। ହିନ୍ଦୁସ୍ଥାନ ଟାଇମ୍‌ସ୍‌ର ରିପୋର୍ଟ ଅନୁଯାୟୀ ପଶ୍ଚିମ ରାଜସ୍ଥାନର ବାଜ୍ଜୁ, ଭାଙ୍ଗରସର ଏବଂ ମଙ୍କସର ଇଲାକାରେ ଏଭଳି ଆତଙ୍କ ସୃଷ୍ଟି ହୋଇଛି। ଅଦ୍ୟାବଧି ଥାନାରେ ଏ ସମ୍ପର୍କରେ ୧୨ଟି ମାମଲା ରୁଜୁ ହେଲାଣି। ଘଟଣାର ତଦନ୍ତ ପାଇଁ ଯୋଧପୁର ଏସପି  ନିର୍ଦ୍ଦେଶ ଦେଇଛନ୍ତି।

ପୋଲିସ କହିବା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ ଅନେକ ଅଶିକ୍ଷତ ଅଛନ୍ତି। ତେଣୁ ଲୋକଙ୍କୁ ସଚେତନତା କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ରାଜସ୍ଥାନ ମହିଳା କମିଶନର ଅଧ୍ୟକ୍ଷା ସୁମନ ଶର୍ମା  ଘଟଣା ସମ୍ପର୍କରେ ଅନୁଧ୍ୟାନ ପାଇଁ ଯୋଧପୁର ଏସପିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଅନ୍ୟପକ୍ଷରେ ଏହି ମଉକାରେ କେତେକ ଅସାମାଜିକ ଯୁବକ ହ୍ୱାଟସ୍‌ ଅଫ ଭଳି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଫଟୋ  ପଠାଇ ଆତଙ୍କ ସୃଷ୍ଟି କରୁଥିବା ପୋଲିସ କହିଛି।

Previous ArticleNext Article

Send this to a friend