ନିଆଁ ମୁହଁରୁ ବର୍ତ୍ତି ଗଲେ ଧୋନୀ

dhonifire

ନୂଆଦିଲ୍ଲୀ: ବର୍ତ୍ତିଗଲେ ମହେନ୍ଦ୍ର ସିଂହ ଧୋନୀ ଓ ତାଙ୍କ ଟିମ୍। ବିଜୟ ହଜାରେ ଟ୍ରଫି ଖେଳିବା ପାଇଁ  ନୂଆଦିଲ୍ଲୀର ଯେଉଁ ହୋଟେଲ୍‌ରେ ସେମାନେ ରହୁଥିଲେ ସେଠି ଆଜି ସକାଳ ପ୍ରାୟ ସାଢ଼େ ୬ଟାରେ ଲାଗି ଯାଇଥିଲା ନିଆଁ। ତେବେ ନିଆଁ ଲାଗିବା ମାତ୍ରେ ସେମାନଙ୍କୁ ପ୍ରଥମେ ହୋଟେଲ୍‌ରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣା ଯୋଗୁଁ ବିଜୟ ହଜାରେ ଟ୍ରଫିରେ ଆଜି ବଙ୍ଗଳା ଓ ଝାଡ଼ଖଣ୍ଡ ମଧ୍ୟରେ ହେବାକୁ ଥିବା ସେମିଫାଇନଲ୍‌ ମ୍ୟାଚ୍‌କୁ ବାତିଲ କରି ଦିଆଯାଇଛି। ଏହି ମ୍ୟାଚ୍ ଶନିବାର ଅର୍ଥାତ୍ ଆସନ୍ତାକାଲି ଖେଳା ଯିବ। ଧୋନୀଙ୍କ ନେତୃତ୍ୱରେ ଝାଡ଼ଖଣ୍ଡ ଟିମ୍ ଏହି ଟ୍ରଫି ଖେଳୁଛି।

ଧୋନୀ ଓ ତାଙ୍କ ଟିମ୍ ଏଠାକାର ପଞ୍ଚତାରକା ହୋଟେଲ୍ ବେଲ୍‌କମ୍‌ରେ ରହୁଥିଲେ। ଏହି ହୋଟେଲ୍ ପାଖରେ ଏକ ମଲ୍ ଅଛି। କୁହାଯାଉଛି ଏହି ମଲ୍‌ରେ ପ୍ରଥମେ ନିଆଁ ଲାଗିଥିଲା। ସେଠାରୁ ନିଆଁ ଧୋନୀ ରହୁଥିବା ହୋଟେଲ୍ ପର୍ଯ୍ୟନ୍ତ ମାଡ଼ି ଆସିଲା। ନିଆଁ ଦେଖିବାମାତ୍ରେ ଧୋନୀ ଓ ଝାଡ଼ଖଣ୍ଡ ଟିମ୍‌ର ଅନ୍ୟ ସଦସ୍ୟଙ୍କୁ ହୋଟେଲରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଉଥିଲା। ସେତେବେଳେ ଖେଳାଳିମାନେ ଜଳଖିଆ କରୁଥିଲେ। ସେମାନେ ନେଟ୍‌ସରେ ପ୍ରାକ୍ଟିସ୍ କରିବା ପାଇଁ ବାହାରିଥିଲେ।

ନିଆଁ ଲିଭା କାର୍ଯ୍ୟରେ ୩୦ଟି ଦମକଳ ଗାଡ଼ିକୁ ନିୟୋଜିତ କରାଯାଇଥିଲା। ସକାଳ ପ୍ରାୟ ୭ଟା ୫୦ରେ ନିଆଁକୁ ଆୟତ୍ତ କରାଯାଇଥିଲା। ନିଆଁ ଲାଗିବା ଯୋଗୁଁ କିଛି ଖେଳାଳିଙ୍କ କିଟ୍‌ସ ପୋଡ଼ି ଯାଇଥିବା ଜଣାପଡ଼ିଛି।

 

 

Previous ArticleNext Article

Send this to a friend