ଲଣ୍ଡା ସୋନୁଙ୍କୁ ମିଳିଲାନି ୧୦ଲକ୍ଷ: ଠକି ଦେଲେ ମୌଲବୀ

quaderyyy_Fotor_Collage

ମୁମ୍ବାଇ: ସୋନୁ ନିଗମ ଲଣ୍ଡା ହେଲେ କିନ୍ତୁ ସର୍ତ୍ତ ରଖିଥିବା ସଂଖ୍ୟାଲଘୁ ସଂଯୁକ୍ତ ପରିଷଦର ଉପ ସଭାପତି ସାୟଦ୍‌ ସା କ୍ୱାଦେରି ଟଙ୍କା ଦେବାକୁ ମନା କରିଦେଲେ। ସୋନୁ ଲଣ୍ଡା ହେବା ପରେ ଯିଏ ତାଙ୍କୁ ଲଣ୍ଡା କରିଥିଲେ ତାଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ ପାଇଁ କହିବାରୁ କ୍ୱାଦେରି ଟଙ୍କା ଦେବାକୁ ମନାକରିଛିନ୍ତି। ଏହାପୂର୍ବରୁ ସୋନୁ ନିଗମ ଟ୍ୱିଟ୍‌ କରି କହିଥିଲେ ଯେ ସବୁଦିନ ସକାଳୁ ସକାଳୁ ମସ୍‌ଜିଦ୍‌ରେ ଲାଉଡ୍‌ସ୍ପିକର ମାଧ୍ୟମରେ ଅଜାନ ଶୁଣିବାକୁ ମିଳୁଛି ଯାହାଦ୍ୱାରା ତାଙ୍କ ନିଦ ଭାଙ୍ଗିଯାଉଛି।ଏହି କଥାକୁ ନେଇ ସେ ବିବାଦୀୟ ହୋଇପଡିଥିଲେ। ଏହାପରେ ତାଙ୍କ ନାଁରେ ଫତୁଆ ଜାରି କରାଯାଇଥିଲା । ଏହାସହ ତାଙ୍କ ମୁଣ୍ଡକୁ ଯିଏ ଲଣ୍ଡା କରିବ ତାଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି କ୍ୱାଦେରି ଘୋଷଣା କରିଥିଲେ । କିନ୍ତୁ ସୋନୁ ଲଣ୍ଡା ହେବାପରେ କ୍ୱାଦେରି ଟଙ୍କା ଦେବାକୁ ଏବେ ମନା କରିଛନ୍ତି । ଏହାସହ ସେ କହିଛନ୍ତି ଯେ ସର୍ତ୍ତ ଅନୁସାରେ ଯଦି ସୋନୁ ନିଗମଙ୍କୁ ଜୋତା ମାଳ ପିନ୍ଧାଯାଏ ଓ ଏହାସହ ସେ ଦେଶରୁ ବିଦା ହୁଅନ୍ତି ତେବେ ୧୦ଲକ୍ଷ ପୁରସ୍କାର ପ୍ରଦାନ କରାଯିବ ।

Previous ArticleNext Article

Send this to a friend