ମୋଦିଙ୍କ ଆପତ୍ତିଜନକ ଫଟୋ ଟ୍ୱିଟ୍‌ କରି ବିବାଦରେ ଦିଗବିଜୟ

Digvijay-Singh

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ଆପତ୍ତିଜନକ ଫଟୋ ପୋଷ୍ଟ କରିଛନ୍ତି। ଟ୍ୱିଟରରେ କରିଥିବା ଏହି ପୋଷ୍ଟକୁ ନେଇ ଏବେ କଂଗ୍ରେସ ବିଜେପି ମୁହାଁମୁହିଁ ହୋଇଛନ୍ତି। ଦିଗବିଜୟ ମୋଦିଙ୍କ ଫଟୋ ସହ ଏକ ମେସେଜ ମଧ୍ୟ ଟ୍ୱିଟ୍‌ କରିଛନ୍ତି। ଏଥିରେ ସେ ମୋଦିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି।

ଏହାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହେବା ପରେ ଦିଗବିଜୟ କହିଛନ୍ତି- “ଏହା ତାଙ୍କ ନିଜ ପୋଷ୍ଟ ନୁହେଁ, ଅନ୍ୟ କେହି ଏହାକୁ ପୋଷ୍ଟ କରିଥିଲେ। ସେ ଏହାକୁ ଶେୟାର ନକରି ରହିପାରିଲେନି।”

ଏପରି ଟ୍ୱିଟ୍‌କୁ ନେଇ ଦିଗବିଜୟଙ୍କୁ ବିଜେପି ଟାର୍ଗେଟ କରିଛି। ଦିଗବିଜୟ ଏବେ କଂଗ୍ରେସର ସାଧାରଣ ସମ୍ପାଦକ ରହିବା ସହ ରାଜ୍ୟସଭା ସଦସ୍ୟ ଅଛନ୍ତି। ଏଭଳି ପଦରେ ଥିବା ବ୍ୟକ୍ତି ଯଦି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅଶାଳୀନ ଭାଷା ପ୍ରୟୋଗ କରନ୍ତି, ତାହା ସମସ୍ତ ଭାରତୀୟଙ୍କ ଅପମାନ ବୋଲି ବିଜେପି ପକ୍ଷରୁ କୁହାଯାଇଛି।ଏହା କଂଗ୍ରେସର ଭାଷା ବୋଲି କହି ଏହି ପ୍ରସଙ୍ଗରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ  ଦଳ ପକ୍ଷରୁ ସ୍ପଷ୍ଟୀକରଣ ମଗାଯାଇଛି।

ସେପଟେ ଏପରି ପୋଷ୍ଟ ପାଇଁ ଦିଗବିଜୟଙ୍କୁ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲିଂର ସାମ୍ନା  କରିବାକୁ ପଡୁଛି।

Previous ArticleNext Article

Send this to a friend