ଦୁଇ ରାଜ୍ୟ ଦାୟିତ୍ୱରୁ ବିଦା ହେଲେ ଦିଗ୍‌ବିଜୟ: ଚର୍ଚ୍ଚାରେ କଂଗ୍ରେସ୍‌ ରାଜନୀତି

Digvijaya-Singh-1

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂଙ୍କୁ ଜବରଦସ୍ତ ଝଟ୍‌କା। ସବୁବେଳେ ବିବାଦୀୟ ବୟାନ ଦେଇ ନିଜ ଦଳକୁ ସମସ୍ୟାରେ ପକାଉ ଥିବା ଏହି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କଂଗ୍ରେସ।  ଦିଗ୍‌ବିଜୟ ସିଂଙ୍କ ଠାରୁ  ଗୋଆ ଏବଂ କର୍ଣ୍ଣାଟକ ମୁଖ୍ୟ ଦାୟିତ୍ୱ ବାହାର କରିନିଆଯାଇଛି। ତାଙ୍କ ସ୍ଥାନରେ ଗୋଆରେ କେ.ସି.ଭେନିଗୋପାଲ ଏବଂ କର୍ଣ୍ଣାଟକରେ ଏ. ଚେଲା କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି।

ଗୋଆରେ ଗତ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ଘଟିଥିଲା । ଏଥିପାଇଁ ଦିଗ୍‌ବିଜୟଙ୍କ  ଦୁର୍ବଳ ନେତୃତ୍ୱକୁ  ଦଳ ଦାୟୀ କରିଛି।  ଅନ୍ୟପକ୍ଷରେ ଆଗକୁ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।  ତେଣୁ ଦିଗ୍‌ବିଜୟଙ୍କୁ ଆଉ ଦଳ ଭରସା କରିପାରୁନି।  ଏପରିସ୍ଥଳେ କଂଗ୍ରେସ ନୂଆ ରଣନୀତି ଆପଣାଇଛି। ଏଥିପାଇଁ  ଦିଗ୍‌ବିଜୟଙ୍କୁ ଦାୟିତ୍ୱରୁ ହଟାଯାଇଥିବା ଚର୍ଚ୍ଚା ହେଉଛି।

Previous ArticleNext Article

Send this to a friend