କ୍ୟାସଲେସ୍‌ କାରବାରରେ ଏକ୍ସଟ୍ରା ଚାର୍ଜେସ୍‌ ଭରିବେ ସରକାର, ଜାଣନ୍ତୁ କେବେଠୁ ଲାଗୁ ହେବ

Free

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ୨୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ୍‌ ନେଣଦେଣ ହେବ ଫ୍ରି। ଆପଣଙ୍କୁ କିଣାବିକାରେ (MDR) ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ ଆଧାରରେ କୌଣସି ଏକ୍ସଟ୍ରା ଟଙ୍କା ଦେବାକୁ ପଡ଼ିବନି। କ୍ୟାସ୍‌ଲେସ୍‌ ନେଣଦେଣରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ ପାଇଁ ଯାହା ଏକ୍ସଟ୍ରା ଚାର୍ଜେସ୍‌ ଏହାକୁ ଦୁଇ ବର୍ଷ ପାଇଁ କେନ୍ଦ୍ର ସରକାର ବହନ କରିବେ।

ଡିଜିଟାଲ୍ ଟ୍ରାଞ୍ଜେକସନ୍‌କୁ ବଢାଇବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ୨୦୧୮ ଜାନୁଆରୀ ମାସରୁ କେନ୍ଦ୍ର ସରକାର ଏହାକୁ ଲାଗୁକରିବେ। ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍‌ରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ଏହା ଯୋଜନା ଠିକ୍‌ ଭାବେ କିପରି ଲାଗୁ ହେବ ଏଥିପାଇଁ ଗୋଟିଏ କମିଟି ଗଠିତ ହୋଇଛି। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ କ୍ୟାସଲେସ୍‌ରେ ୨୦୧୭ ଅପ୍ରେଲ ଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୨ଲକ୍ଷ ୧୮ ହଜାର ୭୦୦ କୋଟି ଟଙ୍କାର କାରବାର ହୋଇଛି।

Previous ArticleNext Article

Send this to a friend