ଡାକ୍ତର ଚଳାଉଛନ୍ତି ଅଟୋ ! ହେଲେ ଅଭାବ ପାଇଁ ନୁହେଁ…ପଢନ୍ତୁ କାହିଁକି ?

mbbs student 1

ବାଙ୍ଗାଲୋର: ସାଧାରଣତଃ ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଇଥାଏ। ତେବେ ଆଜିକାଲି ଡାକ୍ତର ନିଜ ଅଭାବ ପୂରଣ କରିବାକୁ ଡାକ୍ତରରୁ ରାକ୍ଷସ ପାଲଟି ଯାଉଛନ୍ତି। ସାମାନ୍ୟ କିଛି ଟଙ୍କା ପାଇଁ ରୋଗୀର ଜୀବନ ନେବାକୁ ମଧ୍ୟ ପଛାଉନାହାନ୍ତି। ତେବେ ବାଙ୍ଗାଲୋରର ଡାକ୍ତରୀ ଛାତ୍ର ଏ କ୍ଷେତ୍ରରେ ବ୍ୟତିକ୍ରମ। ସରଳ ଓ ପରୋପକାରୀ ଗୁଣ ପାଇଁ ସେ ବେଶ ଚର୍ଚ୍ଚିତ।

ନିଶା ଅଟୋ ଚଳାଇବା କିନ୍ତୁ ପେଶାରେ ଡାକ୍ତର। ଏହିଭଳି ଏକ ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ ବିନିତ ବିଜୟନ ନାମକ ବ୍ୟକ୍ତି ନିଜ ସର୍ମ୍ପକୀୟଙ୍କୁ ଭେଟିବାକୁ ଡାକ୍ତରଖାନା ଯାଇଥିଲେ। ଅଟୋରେ ବସିଥିବା ବେଳେ ନିଜ ପିଠି ଯନ୍ତ୍ରଣା ପାଇଁ ଅଟୋ ଚାଳକଙ୍କୁ ଗାଡ଼ି ଧିରେ ଚଳାଇବାକୁ କହିଥିଲେ ଏବଂ ଚାଳକଙ୍କ ନମ୍ର ବ୍ୟବହାରରେ ସ୍ତମ୍ଭୀଭୂତ ହୋଇଯାଇଥିଲେ। ଅଟୋଟି ଡାକ୍ତରଖାନା ଗେଟ୍ ପାଖରେ ପହଞ୍ଚିବା ତାଙ୍କ ମନରେ ଥିବା ଭ୍ରମ ଦୂର ହୋଇଥିଲା। ଗେଟ୍ ପାଖରେ ଥିବା ସିକ୍ୟୁରିଟି ଗାର୍ଡ଼ ଅଟୋଚାଳକକୁ ନମସ୍କାର କରିବା ଦେଖି ବିଜୟନ ତାଜୁବ ହୋଇଯାଇଥିଲେ। ସିକ୍ୟୁରିଟି ଗାର୍ଡ଼ ଠାରୁ ଅଟୋଚାଳକଙ୍କ ବିଷୟରେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଥିଲେ ବିଜୟନ, କାରଣ ସେ ବସିଥିବା ଅଟୋର ଅଟୋଚାଳକ ଥିଲେ ଏକ ଡାକ୍ତରୀ ଛାତ୍ର।

ଏହି ଡାକ୍ତରୀ ଛାତ୍ର ଜଣଙ୍କ ଅତି ଛୋଟବେଳୁ ନିଜ ବାପାଙ୍କୁ ହରାଇଛନ୍ତି। ବଡ଼ଭାଇ ପକ୍ଷାଘାତ ରୋଗରେ ପୀଡ଼ିତ ଏବଂ ଦୁଇ ସାନ ଭଉଣୀଙ୍କୁ ନେଇ ତାଙ୍କ ପରିବାର। ପରୀକ୍ଷାରେ ଅଧିକ ମାର୍କ ରଖିଥିବାରୁ କଲେଜ ତରଫରୁ ତାଙ୍କୁ ଅଟୋ ମିଳିଥିଲା। ସେବେଠାରୁ ସେ ଏହି ଅଟୋରେ ଲୋକମାନଙ୍କୁ ହସ୍ପିଟାଲକୁ ନେବା ଆଣିବା କରୁଛନ୍ତି।  ଅଟୋରୁ ମିଳୁଥିବା ସମସ୍ତ ଅର୍ଥକୁ ସେ ଗରିବ ଲୋକଙ୍କ ପାଇଁ ଖର୍ଚ୍ଚ କରି ଚର୍ଚ୍ଚାରେ ଏହି ଡାକ୍ତରୀ ଛାତ୍ର।

Previous ArticleNext Article

Send this to a friend