ସେୟାର ବଜାରରେ ହାହାକାର: ୧୨୦୦ ଅଙ୍କ ତଳକୁ ଖସିଲା ସେନ୍‌ସେକ୍ସ

budget

ମୁମ୍ବାଇ: ଲଗାତାର ଦ୍ୱିତୀୟ ଦିନ ମଧ୍ୟ ଭାରତୀୟ ସେୟାର ବଜାର ତଳକୁ ଖସିଛି। ମଙ୍ଗଳବାର ଭାରତୀୟ ସେନ୍‌ସେକ୍ସ ୧୨୦୦ ଅଙ୍କ ତଳକୁ ଖସି ଆରମ୍ଭ ହୋଇଛି। ସେହିପରି ନିଫଟି ବି ତଳକୁ ଖସିଛି। ୩୦୦ ଅଙ୍କ ତଳକୁ ଖସି ନିଫଟି ଆରମ୍ଭ ହୋଇଛି। ଡାୱ ଜୋନ୍‌ କାରଣରୁ ୬ ବର୍ଷରେ ଆମେରିକା ସେୟାର ବଜାର ସବୁଠାରୁ ଅଧିକ ତଳକୁ ଖସିଛି। ଯାହାର ପ୍ରଭାବ ଏସିୟ ବଜାରରେ ପଡ଼ିବାରେ ଲାଗିଛି।

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବଜେଟ୍‌ ଉପସ୍ଥାପନ କରିବା ପରଠାରୁ ଭାରତୀୟ ସେୟାର ବଜାର ତଳକୁ ଖସିବାରେ ଲାଗିଛି। ଦୀର୍ଘମିଆଦୀ କ୍ୟାପିଟାଲ ଗେନ୍ସ ଉପରେ ଟ୍ୟାକ୍ସ ଲଗାଯିବା କାରଣରୁ ଏପରି ସ୍ଥିତି ଉପୁଜିଥିବା କୁହାଯାଉଛି।

ସୂଚନାଯୋଗ୍ୟ, ସୋମବାର ଆମେରିକା ସେୟାର ବଜାର ବହୁତ ତଳକୁ ବନ୍ଦ ହୋଇଥିଲା। ଯାହାର ପ୍ରଭାବ ଘରୋଇ ବଜାର ପରେ ପଡ଼ିବାରେ ଲାଗିଛି।

Previous ArticleNext Article

Send this to a friend