ଦାଉଦ୍‌ ସସପେନ୍‌ସ : ମୋଷ୍ଟୱାଣ୍ଟେଡ୍‌ ମୃତ ନା ଜୀବିତ !

GANGSTER DAWOOD IBRAHIM SMOKING

ନୂଆଦିଲ୍ଲୀ: ଅଣ୍ଡର ୱାଲଡ୍‌ ଡନ୍  ଦାଉଦ ଇବ୍ରାହିମ ମୃତ ନା ଜୀବତ ! ତାକୁ ନେଇ  ଏବେ ସମଗ୍ର ବିଶ୍ୱରେ ହଇଚଇ।  ଦାଉଦ୍‌ର ମୃତ୍ୟୁ ଘଟିଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ  ତା’ର ଘନିଷ୍ଠ ସହଯୋଗୀ ଛୋଟା ସକିଲ୍‌ ଏହାକୁ ଖଣ୍ଡନ କରିଛି। କହିଛି, ଦାଉଦ ମୃତ୍ୟୁ ଖବର ଏକ ଗୁଜବ।  ପ୍ରକୃତରେ ଦାଉଦ୍‌ ବଞ୍ଚିଛି ବୋଲି ସେ କହିଛି। ସେପଟେ  ଗଣମାଧ୍ୟମରେ ଆଉ ଏକ ଖବର ଆସିଛି। ଦାଉଦ ହୃଦ୍‌ଘାତରେ ଆକ୍ରାନ୍ତ ହୋଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପାକିସ୍ତାନର କରାଚିରେ ରହୁଥିବା ୬୧ବର୍ଷୀୟ ଦାଉଦ ଏବେ  ଅଗାଖାନ୍‌  ହସପିଟାଲରେ ଭର୍ତ୍ତି ହୋଇଥିବା କୁହାଯାଉଛି।  ପାକିସ୍ତାନ ଗଣମମାଧ୍ୟମରେ ମଧ୍ୟ ଦାଉଦ୍‌  ଅସୁସ୍ଥ ଥିବା ପ୍ରଚାର ହେଉଛି।

ହେଲେ ସମସ୍ତ ଖବର ମିଛ ବୋଲି ଛୋଟା ସକିଲ୍‌ କହିଛି। ୧୯୯୩ ମୁମ୍ବାଇ ବିସ୍ଫୋରଣ ମୁଖ୍ୟ ଖଳନାୟକ ହେଉଛି ଦାଉଦ ଇବ୍ରାହିମ। ସେତେବେଳେ  ବିସ୍ପୋରଣରେ ୨୫୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦୦ ଜଣ ଗୁରୁତର ହୋଇଥିଲେ।  ଏହି ଘଟଣା ପରେ ଦାଉଦ୍‌ ଫେରାର ହୋଇ ପାକିସ୍ତାନ ଚାଲିଯାଇଥିଲା। ସେବେଠାରୁ ସେ ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ ତାଲିକାରେ  ରହି ଆସିଛି।

ଆହୁରି ମଧ୍ୟ କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଅଲକୟେଦା  ଏବଂ ଲସ୍କର-ଇ-ତୋଇବା ସଙ୍ଗଠନ ସହ ଜଡ଼ିତ ଦାଉଦ୍‌। ଅନେକ ଆତଙ୍କବାଦୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ ହେଉଛି ଦାଉଦ୍‌। ଦାଉଦଙ୍କୁ ହସ୍ତାନ୍ତର ପାଇଁ ପାକିସ୍ତାନକୁ ଭାରତ ଅନେକ ଥର କହିଥିଲେ ପାକିସ୍ତାନ କେବେ ହେଲେ  କର୍ଣ୍ଣପାତ କରି ନାହିଁ।

Previous ArticleNext Article

Send this to a friend