ନିଶା ଆସୁଛି ଉଡ଼ି ଉଡ଼ି: ଡ୍ରୋନ୍ ମାଧ୍ୟମରେ ଜେଲରେ ପହଞ୍ଚୁଛି ଡ୍ରଗ୍ସ: କେଉଁଠି, କେମିତି, ପଢନ୍ତୁ ଏହି ରିପୋର୍ଟ

drone1

ବ୍ରିଟେନ: ଜେଲ୍ ଭିତରେ ନିଶା କାରବାର। ସାରା ବିଶ୍ୱରୁ ଏମିତି ଖବର ଆସେ।  ଚଢାଉ ହୁଏ, ଧରା ପଡନ୍ତି ଅପରାଧୀ। କେଉଁଠି ଜେଲ୍ କର୍ତ୍ତୃପକ୍ଷ ଓ ଅପରାଧୀଙ୍କ ଭିତରେ ମଧୁଚନ୍ଦ୍ରିକା କଥା ପଦାକୁ ଆସେ ତ ପୁଣି କେଉଁଠି ଅପରାଧୀଙ୍କ ନେଟୱର୍କ କଥା ଜଣାପଡେ। ତେବେ କେବେ ଭାବିଛନ୍ତି ଡ୍ରୋନ୍ ମାଧ୍ୟମରେ ଜେଲ ଭିତରକୁ ନିଶା ପହଞ୍ଚାଇବା କଥା।

ବ୍ରିଟେନର ଏକ ଜେଲ ଭିତରେ ରୀତିମତ ପହଞ୍ଚୁଛି ଡ୍ରଗ୍ସ। ତେବେ କାଳକୋଠରୀର ଫାଟକ କି ଉଚ୍ଚା ପାଚେରୀ ଡିଆଁଇ ନୁହେଁ, ବଂର ଡ୍ରୋନ୍ ମାଧ୍ୟମରେ ଉଡି ଉଡି ପହଞ୍ଚୁଛି ନିଶା ସାମଗ୍ରୀ। ବ୍ରିଟେନର ଏ ଭିଡିଓ ଏବେ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଛି।

ଶୂନଶାନ ରାତି। କଳା ମଚମଚ ଅନ୍ଧାର। ଘର ଗୁଡିକୁ ହେଖିଲେ ଆପଣଙ୍କ ମନରେ ଭ୍ରମ ସୃଷ୍ଟି ହେବ ଏକ ଭୁତ ବଙ୍ଗଳାର। ଆଉ ଏସବୁ ଦ୍ୱନ୍ଦ ମନରୁ ଲିଭିବା ପୂର୍ବରୁ ହଠାତ୍‌ ନଜରକୁ ଆସେ  ଆକାଶରୁ ଉଡି ଉଡି ଆସୁଥିବା ଗୋଟେ କଳା ବ୍ୟାଗ। ବ୍ୟାଗଟି ଡ୍ରୋନ ସାହାଯ଼୍ୟରେ ଆସି ପହଁଚେ ଘରର ଝରକା ବାହାରେ ଓ ସେଠାରୁ କିଛି ଲୋକ ସେ ବ୍ୟାଗକୁ ନେଇଯାଆନ୍ତି ଭିତରକୁ।

ଭିଡିଓକୁ ଦେଖି ଆପଣଙ୍କ ମନକୁ ବେଶ୍ କିଛି ପ୍ରଶ୍ନ ଆସୁଥିବ। ଯେମିତି କି ଏ କେଉଁ କୋଠା?  ଏ ଡ୍ରୋନରେ ଆସି ପହଁଚିଥିବା କଳା ବ୍ୟାଗରେ କଣ ଆଛି?

ଏ କୋଠାଟି କୌଣସି ଭୂତ ବଙ୍ଗଳା ନୁହେଁ। ବ୍ରିଟେନର ଏକ ଜେଲ୍‌। ଏବଂ ସେ କଳା ବ୍ୟାଗରେ ଆଉ କିଛି ନୁହେଁ ବରଂ ଡ୍ରୋନ ମାଧ୍ୟମରେ  ତ୍ରଗ୍ସ ପହଁଚେ ଜେଲ ଭିତରେ। ପରେ ଜେଲ ଅଧିକାରୀ ଡ୍ରୋନରୁ ଡ୍ରଗ୍ସ ନେଇ ପହଁଚାନ୍ତି କଏଦୀମାନଙ୍କ ପାଖରେ। ଏ ଜଘନ୍ୟକାଣ୍ଡ ଦେଖିବା ପରେ ବ୍ରିଟେନର ଗର୍ନସି ଜେଲ୍ ଏହାକୁ ବିରୋଧ କରିଛି। ଏହି ଅପରାଧକୁ ରୋକିବାକୁ ସ୍କାଏ ଫେନ୍ସ ଟେକନିକକୁ ଆପଣେଇଛି। ସ୍କାଏଫେନ୍ସର କାମ, ବାହାରୁ ଆସୁଥିବା ସମସ୍ତ ପ୍ରାୟୋଗିକ ବସ୍ତୁକୁ ରୋକିବା।  ପୁରା ବିଶ୍ୱରେ ଏ ହେଉଛି ପ୍ରଥମ ଜେଲ୍। ଯେଉଁଠି ଏ ସ୍କାଏଫେନ୍ସର ବ୍ୟବହାର କରାଯ଼ାଇଛି। ବୈଜ୍ଞାନିକଙ୍କ କହିବା ଅନୁଯାୟୀ ସ୍କାଏଫେନ୍ସକୁ ବିମାନ ବନ୍ଦରରେ ମଧ୍ୟ ବ୍ୟବହାର କରାଯାଇ ପାରିବ।

Previous ArticleNext Article

Send this to a friend