ଦିଲ୍ଲୀ ଏନ୍‌ସିଆର୍‌ରେ ଭୂମିକମ୍ପର ଝଟ୍‌କା

dheli

ନୂଆଦିଲ୍ଲୀ: ଦିଲ୍ଲୀ ଏନ୍‌ସିଆର୍‌ରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରବିବାର ଅପରାହ୍ନ ୩.୩୭ ମିନିଟ ସମୟରେ ଭୂମିକମ୍ପର ଝଟକା ଅନୂଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୯ ମପା ଯାଇଛି। ଭୂମିକମ୍ପର କେନ୍ଦ୍ର ହରିଆଣାର ସୋନିପତ୍‌ରେ ବୋଲି ଜଣାପଡ଼ିଛି।

ଭୂମିକମ୍ପର ଝଟ୍‌କା ଦିଲ୍ଲୀ ଏନ୍‌ସିଆର୍‌ରରେ ବଡ଼ କୋଠାରେ ରହିଥିବା ଲୋକେ ଅଧିକ ଅନୁଭବ କରିଛନ୍ତି। ଭୂମିକମ୍ପ ଝଟକା ପରେ ଅନେକ ଲୋକ ଘର ଛାଡ଼ି ବାହାରକୁ ଚାଲିଆସିଥିଲେ। ଏ ପର୍ଯ୍ୟନ୍ତ କୌଣସି କ୍ଷତି ହେବାର କିଛି ସୂଚନା ମିଳିନାହିଁ।

ଦିଲ୍ଲୀ, ନଏଡ଼ା, ଗୁରୁଗ୍ରାମ୍‌, ଫରିଦାବାଦ୍‌ରେ ଭୂମିକମ୍ପର ଝଟ୍‌କା ଅଧିକ ଅନୂଭୂତ ହୋଇଛି। ଏହାସହ ହରିଆନା ଓ ଉତ୍ତର ପ୍ରଦେଶରେ କିଛି ସ୍ଥାନରେ ମଧ୍ୟ ଝଟ୍‌କା ଅନୁଭୂତ ହୋଇଛି।

Previous ArticleNext Article

Send this to a friend