ସାବଧାନ! ୬୦ କୋଟି ଭାରତୀୟଙ୍କ ଜୀବନ ଦୁର୍ବିଷହ ହୋଇଯିବ!

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ସାର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ବିଶେଷ କରି ଭାରତ ଭଳି ଜନ ବହୁଳ ଓ ବିଶାଳ ଦେଶରେ ଏହାର ପରିଣାମ ଯେ ଭୟାବହ ହେବ ତାହା ଏବେଠାରୁ ଅନୁମାନ କରାଯାଉଛି। ଏବେ ଏହି ଅନୁମାନରେ ବିଶ୍ୱ ବ୍ୟାଙ୍କ ରିପୋର୍ଟ ମୋହର ମାରିଛି। ଏଥିରେ ଯାହା ତଥ୍ୟ ଦିଆଯାଇଛି, ଶୁଣିଲେ ଆପଣଙ୍କ ଗୋଡ ତଳୁ ମାଟି ଖସିଯିବ। ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁସାରେ ଏପରି ଜଳବାୟୁ ପରିବର୍ତ୍ତନ ସ୍ଥିତି ଲାଗି ରହିଲେ ଭାରତରେ ୨୦୫୦ ସୁଦ୍ଧା ଅଧାରୁ ଅଧିକ ଲୋକ ପ୍ରଭାବିତ ହେବେ। ପ୍ରାୟ ୬୦ କୋଟି ଭାରତୀୟଙ୍କ ଜୀବନ ଧାରଣ ମାନ ପ୍ରଭାବିତ ହେବ। ଏହାସହ ଜଳବାୟ ପରିବର୍ତ୍ତନ କାରଣରୁ ଭାରତର ଜିଡିପି ୨.୮ ପ୍ରତିଶତକୁ କମି ଆସିବ।

ରିପୋର୍ଟରେ ଦେଶରେ ପ୍ରାୟ ୧୦୦୦ ହଟସ୍ପଟ୍‌ ରହିଛି। ଯେଉଁଠି ଜଳବାୟୁ ପରିବର୍ତ୍ତନର ବିପଦ ଅଧିକ ରହିଛି। ଏଥିରେ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ହରିୟାଣା, ପଞ୍ଜାବ, ଚଣ୍ଡିଗଡ଼, ମହାରାଷ୍ଟ୍ର, ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ ରହିଛି।

ମହାରାଷ୍ଟ୍ରର ବିଦର୍ଭ ଜିଲ୍ଲାରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସବୁଠାରୁ ଅଧିକ ପଡ଼ିବାର ସମ୍ଭାବନା ରହିଛି। ଏହାବାଦ ମଧ୍ୟ ପ୍ରଦେଶ ଓ ଛତିଶଗଡ଼ର ୩ଟି ଜିଲ୍ଲା ମଧ୍ୟ ଅଧିକ ପ୍ରଭାବିତ ହେବ।

ତାପମାତ୍ରା ବଢ଼ିଯିବ ୩ ଡିଗ୍ରୀ

ରିପୋର୍ଟ ଅନୁସାରେ ୨୦୫୦ ମସିହା ବେଳକୁ ତାପମାତ୍ରା ୧.୫ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଯିବ। ଏଥିପାଇଁ ଭାରତ ପରି ଦେଶଙ୍କୁ ଜଳବାୟୁ ପରିବର୍ତ୍ତନ ବିପଦରୁ ମୁକ୍ତି ପାଇବା ପାଇଁ ପ୍ୟାରିସ ଓ ଅନ୍ୟ ଚୁକ୍ତିଗୁଡିକୁ ଲାଗୁ କରାଯିବା ଉଚିତ।

କ୍ଷେତ, ଉତ୍ପାଦନ ଓ ସ୍ୱାସ୍ଥ୍ୟ ହେବ ପ୍ରଭାବିତ

ରିପୋର୍ଟ ଅନୁସାରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଖେତ, ଉତ୍ପାଦନ ଓ ସ୍ୱାସ୍ଥ୍ୟ ଉପରେ ଅଧିକ ପଡ଼ିବ। ଲୋକଙ୍କ ଜୀବନ ଧରଣର ସ୍ତର କମିବ। ପୂରା ଦେଶରେ ଏହି ସ୍ତର ୨.୮ ପ୍ରତିଶତ କମିବ। ତେବେ ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ ଏହି ସମୟରେ ଲୋକଙ୍କ ଜୀବନ ଧାରଣ ସ୍ତର ୯ ପ୍ରତିଶତ ପର୍ଯ୍ୟନ୍ତ କମିଯିବ।

Previous ArticleNext Article

Send this to a friend