ଜବତ ହେଲା ନିରବଙ୍କ ଦାମୀ କାର, ଫ୍ରିଜ୍‌ ହେଲା ୭ କୋଟିର ମ୍ୟୁଚୁଆଲ ଫଣ୍ଡ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପଞ୍ଜାବ୍‌ ନ୍ୟାସନାଲ ବ୍ୟାଙ୍କର ଅର୍ଥ ହଡ଼ପ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଦେଶରୁ ଫେରାର ଥିବା ବେଳେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପ୍ରଶାସନ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁବାର ନିରବଙ୍କ କମ୍ପାନୀରେ ଚଢାଉ କରାଯାଇ ୯ଟି ଦାମିକିଆ କାର୍‌ ଜବତ କରାଯାଇଛି। ଜବତ ଗାଡିଗୁଡିକ ମଧ୍ୟରେ ରହିଛି ଗୋଟିଏ Rolls Royce Ghost,  ୨ଟି Mercedes Benz, ଗୋଟିଏ porsche panamera, ୩ଟି  Honda, ଗୋଟିଏ fortuner ଓ ଗୋଟିଏ toyota Innova  କାର୍‌ ।

ନିର୍ଦ୍ଦେଶାଳୟ ଖାଲି ଦାମି କାର ଉପରେ ନୁହେଁ ନିରବଙ୍କ ଅନ୍ୟ ସମ୍ପତ୍ତି ଉପରେ ମଧ୍ୟ ନଜର ପକାଇଛି। ୭ କୋଟି ୮୦ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମ୍ୟୁଚୁଆଲ ଫଣ୍ଡ ସହ ମେହୁଲ ଚୈକସୀ ଗ୍ରୁପ୍‌ର ୮୬ କ୍ଟି ୭୨ ଲକ୍ଷ ଟଙ୍କାର ମ୍ୟୁଚୁଆଲ ସେୟାରକୁ ଫ୍ରିଜ୍‌ କରି ଦିଆଯାଇଛି ।

Previous ArticleNext Article

Send this to a friend