ଏନ୍‌କାଉଣ୍ଟରରେ ୮ ନକ୍ସଲ ନିହତ

ରାୟପୁର: କିଛି ଦିନର ବ୍ୟବଧାନ ପରେ ଲାଲଗଡ଼ ଉପରେ ପୁଣି ଥରେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ଛତିଶଗଡ଼ ବିଜାପୁର ଜିଲ୍ଲା ଇଲିମିଡି ଥାନା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୮ ନକ୍ସଲ ନିହତ ହୋଇଛନ୍ତି। ଗ୍ରେହଣ୍ଟ, ତେଲଙ୍ଗାନା ଓ ଛତିଶଗଡ଼ ପୋଲିସ ପକ୍ଷରୁ ଏହି ମିଳିତ ଅପରେସନ୍‌ କରାଯାଇଥିଲା।

ବିଜାପୁର ଜିଲ୍ଲା ଇଲିମିଡି ଥାନା ଅଞ୍ଚଳରେ ନକ୍ସଲ କ୍ୟାମ୍ପ ଥିବା ଖବର ପାଇଁ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲା ସୁରକ୍ଷାବଳ। ତେବେ ନକ୍ସଲଙ୍କ ପକ୍ଷରୁ ଯବାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରାଯାଇଥିଲା। ଯବାନମାନେ ଏହାର ଯାହାର କଡ଼ା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ହୋଇଥିଲା ଗୁଳି ବିନିମୟ। ଫଳରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ। ଏନ୍‌କାଉଣ୍ଟର ପରେ ୮ ନକ୍ସଲଙ୍କ ମୃତଦେହକୁ ବିଜାପୁର ଅଣାଯାଇଛି। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ଏହାପୂର୍ବରୁ ଗତକାଲି ନାରାୟଣପୁର ଏସପିଙ୍କ ନିକଟରେ ୬୦ ଜଣ ସଶସ୍ତ୍ର ନକ୍ସଲ ଆତ୍ମସମର୍ପଣ କରିଥିଲେ। ଗତ କିଛି ଦିନ ତଳେ ମହାରାଷ୍ଟ୍ର ଗଡ଼ଚିରୋଲିରେ ୩୭ ଜଣ ନକ୍ସଲଙ୍କୁ ଏନ୍‌କାଉଣ୍ଟର କରାଯାଇଥିଲା।

Previous ArticleNext Article

Send this to a friend