କେନ୍ଦ୍ରମନ୍ତ୍ରୀଙ୍କ ସୂଚନା: ୨୦୩୦ ବେଳକୁ ଇତିହାସ ପାଲଟିବ ପେଟ୍ରୋଲ  କାର, ଆସିବ ବିକଳ୍ପ ବ୍ୟବସ୍ଥା

car-1

ନୂଆଦିଲ୍ଲୀ: କମିବ ପେଟ୍ରୋଲ ଏବଂ ଡିଜେଲର ବ୍ୟବହାର।  ତେଲକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଭାରତ ସରକାର।  ଏହାର ବିକଳ୍ପ ବ୍ୟବସ୍ଥା କରିବେ ସରକାର। ଅର୍ଥାତ  ୨୦୩୦ ସୁଦ୍ଧା ସବୁ କାର  ହେବ ଇଲେଟ୍ରିକ୍‌ ସିଷ୍ମମ।   ଏହି କାର ଗୁଡ଼ିକ ଇଲେଟ୍ରିକ୍‌ ଚାର୍ଜରେ ଚାଲିବ।  ଏନେଇ କେନ୍ଦ୍ର ଶକ୍ତିମନ୍ତ୍ରୀ ପିୟୂସ ଗୋଏଲ  ସୂଚନା ଦେଇଛନ୍ତି। ଦିଲ୍ଲୀରେ ଆୟୋଜିତ କନଫିଡିରେଶନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି  (ସିଆଇଆଇ-୨୧୭)  ବୈଠକରେ ଯୋଗଦେଇ ସେ ଏହା କହିଛନ୍ତି ।

ଇଲେଟ୍ରିକ୍‌ଫିକେସନ  କାର ନିର୍ମାଣ କରିବାକୁ କମ୍ପାନୀ ଗୁଡ଼ିକୁ ପରାମର୍ଶ ଦିଆଯିବ ବୋଲି ସେ କହିଛନ୍ତି।   ଏଥିପାଇଁ ନୀତି ଆୟୋଗ  ମଧ୍ୟ ଧ୍ୟାନ ଦେଉଛନ୍ତି। ୨୦୩୦ ସୁଦ୍ଧା ଯେଭଳି ଗୋଟିଏ ବି ପେଟ୍ରୋଲ କିମ୍ବା ଡିଜେଲ କାର ନ ଚାଲେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତ।  ସେ ଆହୁରୀ କହିଛନ୍ତି ଗତ ୩ ବର୍ଷ ଭିତରେ ଦେଶରେ  ଶକ୍ତି ବ୍ୟବହାର ୬.୫ ପ୍ରତିଶତ ବଢିଯାଇଛି । ତେଣୁ ଶକ୍ତି ସଞ୍ଚୟ ପାଇଁ ସରକାର ଉଜ୍ଜାଲ୍ଲା ଯୋଜନାର ଶୁଭାରମ୍ଭ କରିଛନ୍ତି।  ଏହି ଯୋଜନା ଅନୁଯାୟୀ ଦେଶର ଜନସାଧାରଣଙ୍କୁ ରିହାତି ମୂଲ୍ୟରେ  ସିଏଫଏଲ ବଲ୍‌ବ୍‌ ଯୋଗାଇ ଦେଉଛନ୍ତି।  ତେଣୁ ଉଜ୍ଜାଲା ଭଳି ଇଲେକ୍‌ଟ୍ରିଫିକେଶନ କାର ନିର୍ମାଣ କରୁଥିବା କମ୍ପାନୀ ଗୁଡ଼ିକୁ  ରିହାତି ଯୋଗାଇ ଦିଆ ଯିବ ବୋଲି ସେ କହିଛନ୍ତି।  ଏହା ଦ୍ୱାରା ତୈଳ ସଞ୍ଚୟ କରାଯାଇପାରିବ ବୋଲି ସେ କହିଛନ୍ତି।

Previous ArticleNext Article

Send this to a friend