ଇମ୍ଫାଲରେ ବିସ୍ଫୋରଣ, ଜଣେ ମୃତ

blast

ଇମ୍ଫାଲ: ମଣିପୁରର ରାଜଧାନୀ ଇମ୍ଫାଲର ସିଙ୍ଗଜମି ଚିଙ୍ଗମଖୋଙ୍ଗରେ ଆଜି ସକାଳ ପ୍ରାୟ ୮ଟା ୧୫ ମିନିଟ୍‌ରେ ଆଇଇଡି ବିସ୍ଫୋରଣ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀମାନେ ରାସ୍ତାରେ ଆଇଇଡି ଲଗାଇ ଏହି ବିସ୍ଫୋରଣ କରିଛନ୍ତି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ଶନିବାର ଆସାମର ତିନିସୁକିଆ ଜିଲ୍ଲାର ପେଙ୍ଗରୀ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ସେନାର ୩ ଜଣ ଯବାନ ଶହିଦ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିଲେ।

Previous ArticleNext Article

Send this to a friend