ଫେସ୍‌ବୁକ୍‌ର ନୂଆ ଫିଚର୍: ସହଜରେ ଜାଣନ୍ତୁ ଆପଣଙ୍କ ଫଟୋକୁ କିଏ, କେଉଁଠି ଓ କେତେବେଳେ ବ୍ୟବହାର କରୁଛି

ନୂଆଦିଲ୍ଲୀ: ଫେସବୁକ୍ ବ୍ୟବହାରକାରୀଙ୍କ ସବୁଠୁ ବଡ଼ ସମସ୍ୟା ହେଉଛି ସେମାନଙ୍କ ଫଟୋର ଅପବ୍ୟବହାର। ଅନେକ ସମୟରେ ଜଣେ ଫେସବୁକ୍ ୟୁଜରଙ୍କ ଫଟୋ ଅନ୍ୟ ଜଣେ ପୋଷ୍ଟ କରିବା ଦେଖିବାକୁ ମିଳେ। କିନ୍ତୁ ଆଉ ଭୟ କରିବାର ନାହିଁ। ଫେସବୁକ୍‌ ତା’ର ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଆଣିଛି ଖୁସି ଖବର। ଫେସବୁକ୍ ଏକ ଏଭଳି ଫିଚର ଲଞ୍ଚ୍ କରିଛି ଯାହା ଦ୍ୱାରା ଆପଣ ଜାଣିପାରିବେ କେଉଁ ବ୍ୟକ୍ତି କେତେବେଳେ ଓ କେଉଁଠି ଆପଣଙ୍କ ଫଟୋ ବ୍ୟବହାର କରୁଛି। ଏହାଦ୍ୱାରା ଆପଣ ଫଟୋ ଚୋରି କରି ଏହାର ଅ କରୁଥିବା ବ୍ୟକ୍ତିଙ୍କ ଉପରେ ଲଗାମ ଲଗାଇପାରିବେ। ଆସନ୍ତୁ ଜାଣିବା ଏହି ଫିଚର କ’ଣ ଓ ଏହାର ବ୍ୟବହାର କେମିତି ହୋଇଥାଏ।

ଫେସ୍ ରିକୋଗନାଇଜେଶନ୍ ଫିଚର ଯଦି ଆପଣଙ୍କୁ ଟ୍ୟାଗ୍ ନକରି ଆପଣଙ୍କ ଫଟୋକୁ କେହି ଅପଲୋଡ୍ କରନ୍ତି, ତେବେ ଏହି ଫିଚର ଦ୍ୱାରା ଆପଣଙ୍କ ପାଖକୁ ଫେସବୁକ୍ ନୋଟିଫିକେଶନ୍ ଆସିବ। ଏଥିରେ ଆପଣଙ୍କୁ ପଚରାଯିବ ଯେ ଆପଣ ଅପଲୋଡ୍ ହୋଇଥିବା ଫଟୋରେ ଅଛନ୍ତି କି ନାହିଁ ଓ ଆପଣ ଏହାକୁ ଫେସବୁକରେ ସେୟାର କରିବାକୁ ଚାହୁଁଛନ୍ତି କି ନାହିଁ? ଯଦି ନା, ତେବେ ଆପଣ ଏହାକୁ ରୋକିପାରିବେ। ଯଦି ଚାହିଁବେ ତେବେ ଆପଣ ଏହି ଫଟୋରେ ନିଜକୁ ଟ୍ୟାଗ୍ ମଧ୍ୟ କରିପାରିବେ।

ଏ ସମ୍ପର୍କରେ ଫେସ୍‌ବୁକ୍ ସୂଚନା ଦେଇଛି ଯେ, ସେ ଏକ ନୂଆ ଟୁଲ୍‌ ଆଣିବାକୁ ଯାଉଛି ଯାହା ଫେସ୍‌ ରିକେଗନାଇଜେଶନ୍ ଟେକ୍‌ନିକ୍‌ରେ କାମ କରି ବ୍ୟବହାରକାରୀଙ୍କୁ ତାଙ୍କ ଆଇଡେଣ୍ଟିଟି ମ୍ୟାନେଜ୍ କରିବାରେ ସାହାଯ୍ୟ କରିବ। ଗତ କିଛି ଦିନ ହେବ ଏହାର ପରୀ‍କ୍ଷାନୀରିକ୍ଷା ଚାଲୁଥିଲା। ତେବେ ସଫଳ ହେବା ପରେ ଏହାକୁ ଲଞ୍ଚ୍ କରାଗଲା।

 

 

Previous ArticleNext Article

Send this to a friend