ଅନଲାଇନ୍‌ ପେମେଣ୍ଟ ହେବ ସରଳ: ଫେସବୁକ୍‌ରେ ହୋଇପାରିବ ଟଙ୍କା କାରବାର

group_payments_1024_1492005465_749x421

ଫେସବୁକ୍‌ ଆରମ୍ଭ କରିଛି ମେସେଞ୍ଜର୍‌ ପେମେଣ୍ଟ୍‌ ସିଷ୍ଟମ। ଯେଉଁଥିରେ ମେସେଞ୍ଜର ମାଧ୍ୟମରେ ଫେସବୁକ୍‌ ୟୁଜର୍‌ ମାନେ ଗ୍ରୁପ ପେମେଣ୍ଟ୍‌ କରିପାରିବେ। ଅବଶ୍ୟ ୨୦୧୫ରେ ଫେସବୁକ୍‌ ମେସେଞ୍ଜର ଦ୍ୱାରା ପେମେଣ୍ଟ୍‌ ସିଷ୍ଟମ ଆରମ୍ଭ ହୋଇଥିଲା। ହେଲେ ପୂର୍ବରୁ ଏଥିରେ ଗୋଟିଏ ଥରରେ ମାତ୍ର ଜଣେ ୟୁଜରଙ୍କୁ ପ୍ୟାମେଣ୍ଟ କରିହେଉଥିଲା। କିନ୍ତୁ ଏବେ ଫେସବୁକ ମେସେଞ୍ଜର୍‌ ଦ୍ୱାରା ଗୋଟିଏ ଥରକେ ଏକାଧିକ ଫେସବୁକ୍‌ ୟୁଜରଙ୍କୁ ପ୍ୟାମେଣ୍ଟ କରିହେବ। ଯେଉଁଥିରେ ଜଣେ ୟୁଜର ଚାଟ୍‌ କରିବା ବେଳେ ମେସେଞ୍ଜର ଗ୍ରୁପରେ ଥିବା ବନ୍ଧୁଙ୍କୁ କିଛି ଅର୍ଥ ପାଇଁ ଅନୁରୋଧ କରିପାରିବେ। ଫେସବୁକ୍‌ର ପ୍ରଡକ୍ଟ୍‌ ମ୍ୟାନେଜର ପାର୍ଥ ସୁନ୍ଦରମ୍ କହିଛନ୍ତି, ମେସେଞ୍ଜର ମାଧମରେ ଫେସବୁକ ୟୁଜର ଏହି ପ୍ୟାମେଣ୍ଟ ସିଷ୍ଟମ ପଦ୍ଧତିରେ ଲାଭ ଉଠାଇ ପାରିବେ ଯାହା ସମ୍ପୂର୍ଣ୍ଣ ସରଳ, ଫ୍ରି, ସୁରକ୍ଷିତ ଓ ଫାଷ୍ଟ। ଯଦିଓ ଭାରତରେ ଏହା ଲାଗୁ ହୋଇ ନାହିଁ ତଥାପି ଆଗମୀ ଦିନରେ ଏହା ଭାରତରେ ଲାଗୁହେବା ଶୁଣାଯାଉଛି।

 

Previous ArticleNext Article