ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆଳୁ ପକାଇ ଚାଷୀଙ୍କ ବିକ୍ଷୋଭ

ଲକ୍ଷ୍ମୌ: ଉତ୍ତର ପ୍ରଦେଶରେ ଆଳୁ ଚାଷୀଙ୍କ ଅଭିନବ ପ୍ରତିବାଦ କରିଛନ୍ତି । ବିଧାନସଭା ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆଳୁ ପକାଇ ସେମାନେ ପ୍ରତିବାଦ ଜଣାଛନ୍ତି । ଚାଷୀ  ଏହାର ଉତ୍ପାଦିତ ଦରକୁ ନେଇ ଅସନ୍ତୋଷ ପ୍ରକାଶ କରି ରାସ୍ତାରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଆଳୁ ପକାଇ ପ୍ରତିବାଦ କରିଛନ୍ତି । ଉତ୍ତରପ୍ରଦେଶ ବିଧାନସଭାରେ ମଧ୍ୟ ଏହି ଘଟଣାକୁ ନେଇ ବିରୋଧୀ ହୋହାଲ୍ଲା କରିଥିଲେ। ଲଗାତର ଆଳୁର ଉତ୍ପାଦିତ ଦର ହ୍ରାସ ପାଉଥିବାରୁ ଏହା ଉପରେ ସରକାର ପଦକ୍ଷେପ ନେବାକୁ ଦାବି କରାଯାଇଥିଲା। ଆଳୁର ଉତ୍ପାଦିତ ଦର କିଲୋ ପିଛା ୧୦ ଟଙ୍କା ହେବା ଦରକାର ବୋଲି ଦାବି କରିଛନ୍ତି ଚାଷୀ । ବର୍ତ୍ତମାନ କେଜି ପ୍ରତି ୪ ଟଙ୍କା ଥିବାରୁ ଚାଷୀ ବହୁ ମାତ୍ରାରେ କ୍ଷତି ସହୁଥିବା ଅଭିଯୋଗ କରିଛନ୍ତି।

Previous ArticleNext Article

Send this to a friend