ବାପା ପାଲଟିଲା କଂସେଇ: ହତ୍ୟାର ଲାଇଭ ଦେଖିଲା ସାରା ଦୁନିଆ

girl 1

ଥାଇଲାଣ୍ଡ: ପତି ଓ ପତ୍ନୀ ଭିତରେ ଝଗଡ଼ା ଲାଗିବା ଏକ ସାଧାରଣ କଥା। ମାତ୍ର ସେ ଝଗଡ଼ାର ମୂଲ୍ୟ ବଦଳରେ ଯଦି ନିଜ ସନ୍ତାନ ଓ ସ୍ୱାମୀକୁ ହରାଇବାକୁ ପଡ଼େ ତେବେ ତାହା ବେଶ କଷ୍ଟଦାୟକ । ଏପରି ଏକ ଲୋମହର୍ଷକାରୀ ଘଟଣା ଥାଇଲାଣ୍ଡରେ ଘଟିଛି । ଜହ୍ଲାଦ ପିତା ୧୧ମାସ ଝିଅର ଜୀବନ ନେବା ସହ ନିଜେ ଆତ୍ମହତ୍ୟା କରିଛି।

ଘରେ ସ୍ତ୍ରୀ ସହ ସାମାନ୍ୟ ଝଗଡ଼ା ତା ପରେ ବଦଳିଗଲା ସବୁକିଛି। ନିଷ୍ଠୁର ପିତା ୧୧ ମାସର ଝିଅକୁ ଧରି ଚାଲିଗଲା ହୋଟେଲକୁ ଏବଂ ଏହାପରର ଦୃଶ୍ୟ ଥିଲା ବେଶ୍ ହୃଦୟବିଦାରକ। ରାକ୍ଷସ ପିତା ନିଜ ମୋବାଇଲରେ ଫେସବୁକ ମାଧ୍ୟମରେ ସାରା ଦୁନିଆକୁ ନିଜ କ୍ରୁରତାର ପରିଚୟ ଜଣାଇଥିଲା। ନିଷ୍ଠୁର ବାପାର ମନରେ ଛୋଟ ଶିଶୁ ପ୍ରତି ଆସିନଥିଲା ଦୟା କି ଭଲପାଇବା।  ଦୁନିଆକୁ ଠିକ କରି ଚିହ୍ନି ନଥିବା ନିଷ୍ପାପ ଶିଶୁଟିକୁ ଅତି ବିଭତ୍ସ ଭାବେ ହତ୍ୟା କରିବାର ଦୃଶ୍ୟ ଫେସବୁକ୍  ଲାଇଭ ଜରିଆରେ ସାରା ଦୁନିଆ ଦେଖିଥିଲା। ୧୧ ମାସର ନିଷ୍ପାପ ଶିଶୁଟି ବେକରେ ରଶି ଲଗାଇ ହତ୍ୟା କରିବା ସହ ନିଜେ ମଧ୍ୟ ଆତ୍ମହତ୍ୟା କରିଥିଲା।

ଏହି ଲୋମହର୍ଷକାରୀ ଦୃଶ୍ୟର ଲାଇଭ ଦେଖି କିଛି ସମ୍ପକୀୟ ପୋଲିସକୁ ଖବର ଦେଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ପୋଲିସ ପହଞ୍ଚିବା ପୂର୍ବରୁ ହିଁ ନିଷ୍ପାପ ଶିଶୁଟିର ଜୀବନ ଦୀପ ଲିଭି ସାରିଥିଲା। ଏହି ହୃଦୟବିଦାରକ ଭିଡ଼ିଓଟି ଫେସବୁକ୍‌ରେ ଭାଇରାଲ ହେବା ପରେ ଫେସବୁକରୁ ଏହାକୁ ହଟାଇ ଦିଆଯାଇଛି।

Previous ArticleNext Article

Send this to a friend