ପରୀକ୍ଷା ଖାତାରେ ପ୍ରିୟାର ନାଁ: ଦଶମ ଶ୍ରେଣୀର ପିଲା ଲେଖିଲା-ଆଇ ଲଭ ମାଇଁ  ପୂଜା

ଲକ୍ଷ୍ନୌ: ଜୀବନରେ କିଏ ବା ପ୍ରେମରେ ନପଡ଼େ। ଏହି ପ୍ରେମ ଯେବେ ହୁଏ ବୟସର ବନ୍ଧବାଡ଼ କିଛି ମାନେନି। ହେଲେ ଏହି ପ୍ରେମ ଯେବେ ପାଗଳ କରେ ସବୁକିଛି ଭୁଲି ଯାଏ ମଣିଷ। ଇଏ ଏମିତି ଏକ ଜାଲ ଥରେ ଫସିଗଲେ ବାହାରିବା ମୁସକିଲ। ଏବେ ସେମିତି ଏକ ଘଟଣା ଉତ୍ତର ପ୍ରଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ପୂରା ପଢନ୍ତୁ। ସାଧାରଣତ‍ଃ ପରୀକ୍ଷା ଖାତାରେ ପରୀକ୍ଷାର୍ଥୀ ଉତ୍ତର ଲେଖିଥାଏ।  ଆଉ ସେହି ଅନୁଯାୟୀ ପରୀକ୍ଷା ଖାତାର ମୂଲ୍ୟାୟନ ହୋଇଥାଏ। ହେଲେ ଉତ୍ତର ପ୍ରଦେଶର ଜଣେ ଦଶମ ଶ୍ରେଣୀ ଛାତ୍ର  ପରୀକ୍ଷା ଖାତାରେ ଅଦ୍ଭୁତ ଉତ୍ତର ଲେଖିଛନ୍ତି ।  ୟୁପି ବୋର୍ଡ଼ ପକ୍ଷରୁ ହୋଇଥିବା ଇଣ୍ଟର ମିଡିଏଟ୍‌ ପରୀକ୍ଷାରେ କେମେଷ୍ଟ୍ରି ପରୀକ୍ଷା ଖାତାରେ  ପ୍ରଶ୍ନର ଉତ୍ତର ନ ଥିଲା। ବରଂ ଥିଲା ନିଜ ପ୍ରେମିକାର ନାଁ। ଖାତାରେ ଲେଖାଯାଇଛି ‘ଆଇ ଲଭ୍‌ ମାଇଁ ପୂଜା’।  ଏହାକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଛି। ପରୀକ୍ଷାର୍ଥୀ ଜଣକ ପାଠ ନପଢିବା ପଛରେ ନିଜେ ପଡ଼ିଥିବା ପ୍ରେମକୁ ହିଁ ଦାୟୀ କରିଛନ୍ତି।  ତେଣୁ ବିନା ପ୍ରସ୍ତୁତିରେ ଆସିଥିବାରୁ ପରୀକ୍ଷାର୍ଥୀ ଜଣକ ଯାହାକୁ ଭଲ ପାଉଛନ୍ତି ତାଙ୍କରି ନାମ ହିଁ ଲେଖିଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ବାହାରକୁ ଆସିବା ପରେ ବେଶ କୌତୁହଳ ବିଷୟ ପାଲଟିଛି। ଖାଲି ସେତିକି ନୁହଁ ପିଲାଟି ଆଉ ପାଦେ ଆଗକୁ ଯାଇ ପ୍ରେମ କବିତା ମାଧ୍ୟମରେ ପାଠ ନ ପଢିବାର କାରଣ ମଧ୍ୟ ଦର୍ଶାଇଛି। ସେ ଲେଖିଛି ଯେ, “Yeh mohabbat bhi kya cheez hai, na jeene deti hai aur na marne”।

ଏହି ଲଭ୍‌ ଷ୍ଟୋରୀ ହିଁ ତା’ ପାଠପଢାରେ ବାଧକ ସାଜିଲା ବୋଲି ପିଲାଟି ପରୀକ୍ଷା ଖାତାରେ ଲେଖିଛି।  ସେ ଲେଖିଛି ଯେ, ଏହି ପ୍ରେମ ହେଉଛି ଏକ ଅଦ୍ଭୁତ ଜିନିଶ। ଇଏ ଏମିତି ଏକ ଜିନିଶ ନା ଆପଣଙ୍କୁ ବଞ୍ଚିବାକୁ ଦେବ ନା ମାରିବାକୁ ଦେବ।  ଏହି ପ୍ରେମ ହିଁ ମୋ ପାଠ ପଢା ରାସ୍ତାରେ ପ୍ରତିବନ୍ଧକ ସାଜିଲା ବୋଲି ପିଲାଟି ଉଲ୍ଲେଖ କରିଛି। ମୁଜାଫରନଗର ଜିଲ୍ଲା ଶକ୍ଷା ନିରୀକ୍ଷକ ମୁନେଶ କୁମାର  କହିଛନ୍ତି ଯେ, ଆମେ ଏହି ଖାତା ଯାଞ୍ଚ ସମୟରେ ଉକ୍ତ ପେପରଟିରେ କିଛି ଟଙ୍କା ଗୁନ୍ଥା ହୋଇଥିବା ନଜରକୁ ଆସିଥିଲା। ସେଥିରେ ଲେଖାଥିଲା ଯେ, ଗୁରୁଜୀ କପି ଖୋଲିବା ପୂର୍ବରୁ ଆପଣଙ୍କୁ ନମସ୍କାର। ଦୟା କରି ମୋତେ ଫେଲ କରିବେନି। ପାସ୍ କରିଦେବେ।  ମୋ ମା’ ମରିଯାଇଛି। ଫେଲ କରିଦେଲେ ମୋ ବାପା ମୋତେ ମାରିଦେବେ।  ସେହିପରି ଅନ୍ୟ ଜଣେ ଛାତ୍ର  ଫେଲ କରାଇଲେ ଆତ୍ମହତ୍ୟାର ଧମକ ଦେଇଥିବା ସ୍କୁଲ ଇନ୍ସପେକ୍ଟର କହିଛନ୍ତି। ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶର କପି ଉପରେ ରୋକ ଲଗାଯିବାରୁ ଚଳିତ ମାଟ୍ରିକ୍ ଏବଂ ଏକାଦଶ ପରୀକ୍ଷାରେ ଅଧା ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନ ଥିଲେ।

 

Previous ArticleNext Article

Send this to a friend