କ୍ୟୁବାର ପୂର୍ବତନ ରାଷ୍ଟ୍ରପତି ଫିଡେଲ କାଷ୍ଟ୍ରୋଙ୍କ ପରଲୋକ

fidrel-castro

ହବାନା: କ୍ୟୁବାର ପୂର୍ବତନ ରାଷ୍ଟ୍ରପତି ଫିଡେଲ କାଷ୍ଟ୍ରୋଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ହୋଇଥିଲା। କ୍ୟୁବାରେ ପ୍ରତିଷ୍ଠା ହୋଇଥିବା କମ୍ୟୁନିଷ୍ଟ ପାର୍ଟି କ୍ୟୁବାର ସେ ଥିଲେ ପ୍ରଥମ ସେକ୍ରେଟାରୀ। ୧୯୬୧ ମସିହାଠାରୁ ୨୦୧୧ ପର୍ଯ୍ୟନ୍ତ ସେ କମ୍ୟୁନିଷ୍ଟ ପାର୍ଟିର ସେକ୍ରେଟାରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ।

୧୩ ଅଗଷ୍ଟ ୧୯୨୬ରେ ଜନ୍ମ ହୋଇଥିବା କାଷ୍ଟ୍ରୋ କ୍ୟୁବାରେ ଦୀର୍ଘ ୪୯ବର୍ଷ ଧରି କ୍ୟୁବାର ଶାସନଭାର ତୁଲାଇ ଥିଲେ। ୧୯୫୯ ଫେବୃଆରୀରୁ ୧୯୭୬ ଡିସେମ୍ବର ପର୍ଯ୍ୟନ୍ତ ସେ କ୍ୟୁବାରେ ପ୍ରଧାନମନ୍ତ୍ରୀ ଥିଲେ। ତାପରେ ୨୦୦୮ ମସିହା ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ।

Previous ArticleNext Article

Send this to a friend