ହୁତୁ ହୁତୁ ହୋଇ ଜଳିଲା ଟ୍ରେନ୍‌, ଦେଖନ୍ତୁ କିଛି ଦୃଶ୍ୟ

ମୁମ୍ବାଇ: ଟ୍ରେନ୍‌ରେ ଲାଗିଗଲା ନିଆଁ। ଗୋଟିଏ ପରେ ଗୋଟିଏ ବଗି ହୁତୁ ହୁତୁ ହୋଇ ଜଳିଲା। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜା ଟର୍ମିନାଲ୍‌ ରେଲ୍‌ୱେ ୟାର୍ଡ୍‌ର ଥିବା ସୋଲାପୁର ଏକ୍ସପ୍ରେସ ଟ୍ରେନ୍‌ର ସ୍ପେୟାର କୋଚ୍‌ରେ ନିଆଁ ଲାଗିଯାଇଛି। ମଙ୍ଗଳବାର ଅପରାହ୍ନ ୩ ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ସଙ୍ଗେ ସଙ୍ଗେ ୨୦ ଜଣ ଅଗ୍ନିଶମ କର୍ମଚାରୀ ଓ ଦୁଇଟି ପାଣି ଟାଙ୍କି ଘଟଣା ସ୍ଥଳକୁ ପଠାଇ ଦିଆଯାଇଥିଲା।

ଅଗ୍ନିଶମ କର୍ମଚାରୀ ପାଖାପାଖି ୩,୪୦ ସମୟରେ ନିଆଁକୁ ଆୟତ କରିଥିଲେ। ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ଷ୍ଟେସନରେ ରେଳ ସେବା ବନ୍ଦ କରି ଦିଆଯାଇଥିଲା। ଫଳରେ ଅନ୍ୟ ପ୍ଲାଟଫର୍ମରେ ଥିବା ଟ୍ରେନଗୁଡ଼ିକ ଷ୍ଟେସନ୍‌ରେ ଅଟକି ରହିଥିଲେ। ପ୍ରାୟ ୪.୪୫ ପରେ ଟ୍ରେନ୍‌ ଚଳାଚଳ ସ୍ୱଭାବିକ ହୋଇଥିଲା।

ପ୍ରଥମେ ସ୍ଲିପର କୋଚ୍‌ରେ ନିଆଁ ଲାଗିବା ପରେ ଟ୍ରେନ୍‌ର ଏୟାର କଣ୍ଡିସନ୍‌ କୋଚ୍‌କୁ ନିଆଁ ବ୍ୟାପିଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ବଗିକୁ ନିଆଁ ବ୍ୟାପିଯାଇଥିଲା। ତୁରନ୍ତ ସୋଲାପୁର ଏକ୍ସପ୍ରେସର ଜଳିଯାଇଥିବା କୋଚକୁ ଟ୍ରେନ୍‌ରୁ ଅଲଗା କରାଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି  ନ ଥିବା ବେଳେ କେନ୍ଦ୍ରୀୟ ରେଳ ଭିବାଗ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Previous ArticleNext Article

Send this to a friend