ଥଣ୍ଡା ଥଣ୍ଡା କୁଲ୍‌କୁଲ୍‌: ଘରେ ନୁହେଁ ବସଷ୍ଟପ୍‌ରେ ମଧ୍ୟ ଏସି

ac bus stand

ଦିଲ୍ଲୀ: ଗରମ ତାୱାରେ ସିଝୁଛି ରାଜଧାନୀ ଦିଲ୍ଲୀ। ତାତିରୁ ତ୍ରାହି ପାଇବା ପାଇଁ ଟିକିଏ ଛାଇ ଖୋଜୁଛି ସାଧାରଣ ଲୋକଟିଏ। ତେବେ ଏହା ଭିତରେ ଦିଲ୍ଲୀ ବାସୀଙ୍କ ପାଇଁ ଆସିଛି ଏକ ଖୁସି ଖବର। ଦିଲ୍ଲୀରେ ବସ୍‌ ଯାତ୍ରୀଙ୍କୁ ମିଳିଛି ଆଶ୍ୱସ୍ତି। ଏଣିକି ଟକ୍‌ଟକ୍‌ ଖରାରେ ଆଉ ବସ୍‌କୁ ଅପେକ୍ଷା କରିବାକୁ ପଡିବନି ରାଜଧାନୀବାସୀଙ୍କୁ। ବସ୍‌ଷ୍ଟାଣ୍ଡରେ ପାଇବେ ଏସିର ହାୱା ।

ଦିଲ୍ଲୀର ବ୍ୟସ୍ତବହୁଳ ଲାଜ୍‌ପତ ନଗର ବସ୍‌ଷ୍ଟାଣ୍ଡରେ ଯାତ୍ରୀ ପାଇବେ ଏସିର ମଜା। ଜାପାନିଜ୍‌ ଏସି କମ୍ପାନୀ ଡାଇକିନ୍‌ ନିଜର ବିଜ୍ଞାପନ ପ୍ରଚାର ପାଇଁ ବସ୍‌ଷ୍ଟପ୍‌କୁ କରିଛି ସମ୍ପୂର୍ଣ୍ଣ ଭାବେ ଏୟାର କଣ୍ଡିସନର। ବସ୍‌ଷ୍ଟପ୍‌କୁ ପୂରା ପ୍ଲାଷ୍ଟିକ କଭରରେ ଆଚ୍ଛାଦିତ କରି ଏସି ଲଗାଯାଇଛି। ଯାହାକି ପ୍ରଥମ ଏସି ବସ୍‌ଷ୍ଟପ୍‌ର ମାନ୍ୟତା ପାଇଛି।

Courtesy-Hindustan Times

Previous ArticleNext Article