ଟ୍ରେନ୍‌ରେ କଟି ୫ ଜଣଙ୍କ ମୃତ୍ୟୁ

train

ପାଟନା: ବିହାରର ସିୱାନ ଜିଲ୍ଲାର କଚହରୀ ଷ୍ଟେସନ ନିକଟରେ ଟ୍ରେନ୍‌ରେ କଟି ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।

ମୃତକମାନେ ଗୋପାଲଗଞ୍ଜର ଅଧିବାସୀ ଥିଲେ। ସେମାନେ ଆଜି ସକାଳୁ ସକାଳୁ ମଜାରରୁ ଆସୁଥିଲେ। ତେବେ ବାଟରେ ଗୋପାଲଗଞ୍ଜ ଅଭିମୁଖେ ଯାଉଥିବା ଏକ ଟ୍ରେନ୍ ସେମାନଙ୍କ ଉପରେ ଚଢ଼ି ଯାଇଥିଲା।

କୁହାଯାଉଛି କୁହୁଡ଼ି ଯୋଗୁଁ ଟ୍ରେନ୍ କେତେ ଦୂରରେ ଅଛି ତା’ର ଅନ୍ଦାଜ ମୃତକମାନେ ଲଗାଇ ପାରିନଥିଲେ। ଖବର ପାଇ ସ୍ତାନୀୟ ପୋଲିସ୍ ଓ ଜିଆର୍‌ପି ଘଟଣାସ୍ଥଳରେ ପହଞ୍ଚିଥିଲା। ଶବଗୁଡ଼ିକୁ ଜବତ କରାଯାଇଛି।

Previous ArticleNext Article

Send this to a friend