୫ଜଣ ଧର୍ମଗୁରୁଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ୫ଜଣ ଧର୍ମଗୁରୁଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମାନ୍ୟତା ଦିଆଯାଇଛି। ସେମାନେ ହେଲେ  ନର୍ମଦାନନ୍ଦ ମହାରାଜା, ହରିହରାନନ୍ଦ ମହାରାଜ, କମ୍ପୁଟର ବାବା, ଭାୟୁ ମହାରାଜ ଓ ପଣ୍ଡିତ ଯୋଗେନ୍ଦ୍ର ମହନ୍ତ।  ଏହି ଧର୍ମଗୁରୁମାନେ ରାଜ୍ୟ ସରକାରଙ୍କ ଅନ୍ୟ ରାଷ୍ଟ୍ରମନ୍ତ୍ରୀଙ୍କ ପରି ସମସ୍ତ ସୁବିଧା ପାଇବେ।

ଏହାକୁ ନେଇ କଂଗ୍ରେସ ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ଚଳିତବର୍ଷ ମଧ୍ୟପ୍ରଦେଶରେ ନିର୍ବାଚନ ହେଉଥିବାରୁ ଧର୍ମଗୁରୁମାନଙ୍କ ସମର୍ଥକମାନଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଅନ୍ୟପକ୍ଷରେ ନଦୀ ସଂରକ୍ଷଣ ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦିଆଯାଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି।  କଂଗ୍ରେସ ଏହାକୁ ନେଇ ଅଯଥାରେ ରାଜନୀତି କରୁଛି ବୋଲି ବିଜେପି ଅଭିଯୋଗ କରିଛି।

 

Previous ArticleNext Article

Send this to a friend