ଜାମ୍ମୁ-କାଶ୍ମୀର ଓ ଆସାମରେ ବନ୍ୟା ବିତ୍ପାତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଏ ନେଇ ରବିବାର ରାଜ୍ୟପାଳ ଏନ୍ ଏନ୍ ଭୋରାଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ। ବନ୍ୟାସ୍ଥିତିକୁ ନଜରରେ ରଖି ରାଜ୍ୟରେ ସମସ୍ତ ପ୍ରକାର କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବ ବୋଲି ସେ ରାଜ୍ୟପାଳଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହିତ କାଶ୍ମୀରରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପାଣି ଜମିବା ସହିତ ଖରାପ ଅବସ୍ଥା ଯୋଗୁଁ ଜାମ୍ମୁ ଓ ଶ୍ରୀନଗର ଜାତୀୟ ରାଜପଥରେ ଯାତାୟତ ବନ୍ଦ ରହିଛି।

ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଯୋଗାଇ ଦିଆଯାଉଛି। ତେବେ ଲଗାତାର ଦୁଇ ଦିନ ଧରି ବର୍ଷା ହେବା ପରେ ଆଜି ବର୍ଷା କମିଥିବା ସୂଚନା ମିଳିଛି।

ଆସାମରେ ମଧ୍ୟ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲଙ୍କ ସହ କଥା ହୋଇଛନ୍ତି।  ଟୋଲିଫୋନ ଯୋଗେ ପରିସ୍ଥିତିର ସମୀକ୍ଷା କରିଛନ୍ତି ରାଜନାଥ। ଆସାମ ବନ୍ୟାରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ବନ୍ୟାରେ ୧ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

Previous ArticleNext Article

Send this to a friend