ସହରରେ କଂକ୍ରିଟ୍‌ କୋଲାପ୍ସ : ଆଗରୁ ବି ନେଇଛି ଧନଜୀବନ

Under-construction-flyover-collapses

ଭୁବନେଶ୍ୱର: ଭୁବନେଶ୍ୱରରେ ବୋମିଖାଲରେ ନିର୍ମାଣାଧୀନ ଫ୍ଲାଏ ଓଭର ବ୍ରିଜ୍‌ ଭୁଶୁଡ଼ି  ଆଜି ଜଣକର ମୃତ୍ୟୁ ଘଟିଥିବା ସୂଚନା ଆସିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଭଗ୍ନସ୍ତୁପ ତଳେ ୫ ରୁ ୬ ଜଣ ଫସି ରହିଥିବା କୁହାଯାଉଛି। ଆହତଙ୍କ ମଧ୍ୟରୁ ଜଣେ ଶିଶୁ ସମେତ ଆଠ ଜଣଙ୍କୁ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ଏହା ପୂର୍ବରୁ ଗତ ଅଗଷ୍ଟ ୩୦ରେ ମୁମ୍ବାଇର ଏକ ୬ ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ୨୧ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ପ୍ରାୟ ୨୮ ଜଣ ଆହତ ହୋଇଥିଲେ।

ଦକ୍ଷିଣ ମୁମ୍ବାଇସ୍ଥିତ ପକମୋଦିଆ ଷ୍ଟ୍ରିଟ୍‌ର ଭେଣ୍ଡି ବଜାର ନିକଟରେ ଏହି ମର୍ମନ୍ତୁଦ ଘଟଣା ଘଟିଥିଲା। ତେବେ ଏମିତି ଦୁର୍ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ସୁରକ୍ଷା ପ୍ରତି କୌଣସି ଧ୍ୟାନ ଦିଆଯାଉ ନାହିଁ। ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଏବଂ ସରକାରଙ୍କ ଉଦାସୀନତା କାରଣରୁ ଏଭଳି ଦୁର୍ଘଟଣା ଘଟି ଚାଲିଛି। ଆଉ ଏଥିରେ  ସାଧାରଣ ଲୋକଙ୍କ ଜୀବନ ଯାଉଛି। ନ୍ୟାଶନାଲ କ୍ରାଇମ ରେକର୍ଡ଼ସ ବ୍ୟୁରୋ(ଏନସିଆରବି)ର ରିପୋର୍ଟ ଅନୁଯାୟୀ ୨୦୧୪ରୁ ୨୦୧୦ ମଧ୍ୟରେ ବିଭିନ୍ନ ପ୍ରକାର ନିର୍ମାଣଧୀନ ପୋଲ କିମ୍ବା  ଫ୍ଲାଏ ଓଭର ଭୁଶୁଡ଼ି ପ୍ରାୟ ୧୩,୧୭୮ ଜଣଙ୍କର ମୃତ୍ୟୁ ଘଟିଛି।

ନଜର ପକାନ୍ତୁ କେତେକ ପ୍ରମୁଖ ଦୁର୍ଘଟଣା ସମ୍ପର୍କରେ

୧-ମାର୍ଚ୍ଚ ୩୧ ୨୦୧୬ରେ  କୋଲକତାର ନିର୍ମାଣଧୀନ ଥିବା ବିବେକାନନ୍ଦ ଫ୍ଲାଏ ଓଭର ବ୍ରିଜ୍‌ ଭୁଶୁଡ଼ି ୨୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୮୦ ଜଣ ଆହତ ହୋଇଥିଲେ।

୨-୨୦୦୭ ସେପ୍ଟେମ୍ବରରେ   ହାଇଦ୍ରାବାଦରେ ଏକ ଫ୍ଲାଏ ଓଭର ବ୍ରିଜ୍‌ ଭୁଶୁଡ଼ି ୨୦ ଜଣଙ୍କ ମୃତ୍ୟୁ ଘଟିଥିଲା।

୩-୨୦୧୩ରେ ମୁମ୍ବାଇର ବିମାନବନ୍ଦରର  ପୁନରୁଦ୍ଧାର କାର୍ଯ୍ୟ  ଚାଲୁଥିବା ବେଳେ  ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିଲା।  ବିମାନ ବନ୍ଦର କାମ ଚାଲୁଥିବା ବେଳେ ଏକ ବଡ଼ ସ୍ଲାବ ଉପରୁ ଖସି ପଡ଼ିଥିଲା।  ଏହି ସ୍ଲାବ ତେଳେ ଅନେକ ଚାପି ହୋଇ ଯାଇଥିଲେ।

୪- ସେହି ୨୦୧୩ରେ ବିହାରରେ ମଧ୍ୟ ସମାନ ଧରଣର ବଡ଼ ଦୁର୍ଘଟଣା ଘଟିଥିଲା।  ଏହି ବର୍ଷ ବିହାରର ମୁଜାଫରନଗରର ଏକ ମାଲବୋଝେ ଟ୍ରେନ୍‌ ଉପରେ ଏକ ଓଭର ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ୧୪ ଜଣ ଆହତ ହୋଇଥିଲେ।

୫-ପୁଣି ସେହି ୨୦୧୩ରେ କୋଲକତାର ଉଲଟ୍‌ଡାଙ୍ଗା ନିକଟରେ  ଏକ ଫ୍ଲାଏ ଓଭର ବ୍ରିଜ୍‌ ଭୁଶୁଡ଼ି ବହୁ ଲୋକ ଆହତ ହୋଇଥିଲେ।

୬-୨୦୧୪ରେ ସୁରଟର ଆଥୱାଲିନେସ୍‌ ନିକଟରେ ଏକ ନିମାଣାଧୀନ ପୋଲରୁ ୩୫ ମିଟର ଲମ୍ବର ଏକ ସ୍ଲାବ ଖସି ଅନୁନ୍ୟ  ୬ ଜଣଙ୍କର ମୃତ୍ୟୁ ଘଟିଥିଲା।

୭-୨୦୧୦ରେ ଦିଲ୍ଲୀରେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ପାଇଁ ଷ୍ଟ୍ରାଡିୟମ ନିର୍ମାଣଧୀନ ଥିବା ବେଳେ ଏହା ଭୁଶୁଡ଼ି ପଡ଼ିଥିଲା । ଏଥିରେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ।

Previous ArticleNext Article

Send this to a friend