କୁହୁଡ଼ି ଯୋଗୁଁ ଦିଲ୍ଲୀ ଓ ଗୌହାଟୀରେ ବିମାନ ସେବା ବାଧାପ୍ରାପ୍ତ 

ନୂଆଦିଲ୍ଲୀ: ଉତ୍ତର ଭାରତରେ ଶୀତ ଲହରି ଲାଗି ରହିଛି।  ଦିଲ୍ଲୀ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଆଦି ସ୍ଥାନରେ ପ୍ରବଳ ତୁଷାରପାତ ହେଉଛି।  ଅନେକ ଅଞ୍ଚଳ ସମ୍ପୁର୍ଣ୍ଣ ବରଫାଛନ୍ନ ହୋଇଛି। ଶନିବାର ରାଜଧାନୀ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୭.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।  ଦିନ ବେଳା ସର୍ବାଧିକ ତାପମାତ୍ରା ୨୦.୮ଡିଗ୍ରୀ ରହିଥିଲା। ବିଭିନ୍ନ ସ୍ଥାନରେ  ବରଫ ପଡିବା ଯୋଗୁ ଗାଡି ଚଳାଚଳରେ ବାଧା ଉପୁଜିଛି। ବରଫ ପଡିଥିବା ଅଞ୍ଚଳରେ  ପର୍ଯ୍ୟଟକଙ୍କ ଭିଡ଼ ବି ଲାଗୁଛି । କିଛି କିଛି ସ୍ଥାନରେ ପ୍ରବଳ କୁହୁଡି ଯୋଗୁ ଲୋକେ ନାହିଁ ନ  ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।  ଦିଲ୍ଲୀରେ ଘନ କୁହୁଡି ଯୋଗୁଁ ୧୯ଟି ଟ୍ରେନ  ବିଳମ୍ବରେ ଚାଲୁଛି। ସେହିପରି ୮ଟି ଟ୍ରେନ ବାତିଲ କରାଯାଇଛି ଓ ୨ଟିର ଗତିପଥ  ବଦଳାଇ ଦିଆଯାଇଛି।  ଗୌହାଟୀରେ ମଧ୍ୟ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

Previous ArticleNext Article

Send this to a friend