ବିବାହ ବିଚ୍ଛେଦ ପାଇଁ ଆଉ ଅପେକ୍ଷା କରିବାକୁ ପଡିବନି ୬ମାସ

Divorce

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବିବାହ ବିଚ୍ଛେଦ ପାଇଁ ଆବେଦନ ପରେ ଆଉ ୬ ମାସ ଅପେକ୍ଷା କରିବାକୁ ପଡିବ ନାହିଁ। ପତିପତ୍ନୀ ଗୋଟିଏ ବର୍ଷ ଅଲଗା ରହିବା ପରେ ବିଚ୍ଛେଦ ପାଇଁ ଆବେଦନ କଲେ ସେମାନଙ୍କୁ ତୁରନ୍ତ ନ୍ୟାୟ ମିଳିବ। ଏନେଇ ଗତକାଲି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

ହିନ୍ଦୁ ବିବାହ ଆଇନ ଅନୁସାରେ ପୂର୍ବରୁ ଛାଡ଼ପତ୍ର ଦେବାକୁ ଚାହୁଁଥିବା ପତିପତ୍ନୀଙ୍କୁ ୧୮ ମାସ ଅପେକ୍ଷା କରିବାକୁ ପଡୁଥିଲା। ପତିପତ୍ନୀଙ୍କୁ ୧୨ ମାସ (ଏକବର୍ଷ) ଅଲଗା ରହିବାକୁ ପଡୁଥିଲା। ପରେ ସେମାନଙ୍କ ମଧ୍ୟରେ ବୁଝାମଣା ଲାଗି କୋର୍ଟ ଆଉ ୬ ମାସ ସମୟ ଦେଉଥିଲେ। ଏହାର ବିଚାର କରି ଗତକାଲି କୋର୍ଟ ଏହି ୬ ମାସର କୁଲିଂ ଅଫ୍ ପିରିୟଡକୁ ହଟାଇ ଦେଇଛନ୍ତି। ମାମଲାର ଶୁଣାଣି କରି ଜଷ୍ଟିସ ଏ.କେ. ଗୋଏଲ ଓ ୟୁ.ୟୁ. ଲଳିତଙ୍କ ଖଣ୍ଡପୀଠ ଏହି ୬ ମାସ ବାଧ୍ୟତାମୂଳକ ନୁହେଁ ବୋଲି କହିଛନ୍ତି।

କୋର୍ଟ କହିଛନ୍ତି, ଯଦି ପତିପତ୍ନୀ ନିଜ ଭରଣପୋଷଣ ଖର୍ଚ୍ଚ, ସନ୍ତାନ କାହା ପାଖରେ ରହିବ, ଅନ୍ୟାନ୍ୟ ସମସ୍ୟାକୁ ନିଜ ଭିତରେ ସମାଧାନ କରି ସାରିଥିବେ ଓ ସେମାନଙ୍କ ମଧ୍ୟରେ ମିଳାମିଶା ଉଦ୍ୟମ ବିଫଳ ହୋଇସାରିଥିବ ସେ କ୍ଷେତ୍ରରେ ଅଧିକ ୬ ମାସର କୌଣସି ଆବଶ୍ୟକତା ନାହିଁ।

Previous ArticleNext Article

Send this to a friend