ରାଖୀ ପୂର୍ଣ୍ଣିମାରେ ମହିଳାମାନେ ବସ୍‌ରେ କରିପାରିବେ ମାଗଣା ଯାତ୍ରା

bus

ନୂଆଦିଲ୍ଲୀ: ଆସନ୍ତାକାଲି ରାଖୀ ପୂର୍ଣ୍ଣିମା ଅବସରରେ ମହିଳାମାନେ ନୂଆଦିଲ୍ଲୀରେ ମାଗଣାରେ ବସ୍‌ରେ ଯାତ୍ରା କରିପାରିବେ। ତେବେ ସେମାନେ କେବଳ ଦିଲ୍ଲୀ ପରିବହନ ବସ୍‌ରେ ଏହି ସୁବିଧା ପାଇ ପାରିବେ। ଦିଲ୍ଲୀ ପରିବହନ ନିଗମ ପକ୍ଷରୁ ଏହି ଘୋଷଣା କରାଯାଇଛି।

ଏହି ସେବା ଆସନ୍ତାକାଲି ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ। ଦିଲ୍ଲୀ ଏବଂ  ଏନସିଆର ସମସ୍ତ ଏସି ଓ ନନ୍‌ଏସି ବସ୍‌ରେ ଏହି ସେବା ମିଳିବ। ରାଖୀ ପୂର୍ଣ୍ଣିମାରେ ଅଧିକ ଲୋକ ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ଡିଟିସି ଏହି ଦିନ ଅଧିକ ବସ ଚଳାଇବାର ନିଷ୍ପତ୍ତି ନେଇଛି।

Previous ArticleNext Article

Send this to a friend