ୱାନ୍‌ ଜିବି ବନାମ ଟୁ ଜିବି: ଜିଓ ପ୍ରାଇମ୍‌କୁ ଟକ୍କର ଦେବେ ଏମ୍‌ଟିଏନ୍‌ଏଲ୍‌ ଓ ବିଏସ୍‌ଏନ୍‌ଏଲ୍‌

Reliance-Jio,,

ନୂଆଦିଲ୍ଲୀ: ଏପ୍ରିଲ ୧ରୁ ଜିଓ ବ୍ୟବହାର କରୁଥିବା ଗ୍ରାହକଙ୍କୁ ପଇସା ଦେବାକୁ ପଡ଼ିବ। ହାପି ନ୍ୟୁ ଇୟର ଅଫର ଆନୁଷ୍ଠାନିକ ଭାବେ ଶେଷ ହୋଇଯିବ। ଜିଓ ପ୍ରାଇମ୍‌ ଆରମ୍ଭ ହୋଇଯିବ।

ଏହି ମଉକାରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସରକାରୀ ଟେଲିକମ୍ କଂପାନୀ ଏମ୍‌ଟିଏନ୍‌ଏଲ୍‌ ଓ ବିଏସ୍‌ଏନ୍‌ଏଲ୍‌ ନୂଆ ସ୍କିମ୍ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଜିଓ ପ୍ରାଇମ୍ ଠାରୁ ବି ଶସ୍ତା ଓ ବଢ଼ିଆ ସ୍କିମ୍ ଲଞ୍ଚ୍ କରିବା ପାଇଁ ଘୋଷଣା କରିଛନ୍ତି। ବିଏସ୍‌ଏନ୍‌ଏଲ୍‌  ତା’ର ପ୍ଲାନ୍ ବିଷୟରେ ପୂର୍ବରୁ କହି ସାରିଛି। କିନ୍ତୁ ଏମ୍‌ଟିଏନ୍‌ଏଲ୍‌ର ପ୍ଲାନ୍ ବିଷୟରେ ଏବେ ଜଣାପଡ଼ିଛି।

ଏମ୍‌ଟିଏନ୍‌ଏଲ୍‌ ପ୍ରତ୍ୟେକ ଦିନ ୨ ଜିବି ଡାଟା ଦେବ। ଏଥିପାଇଁ ବ୍ୟବହାରକାରୀଙ୍କୁ ୩୧୯ ଟଙ୍କା ଦେବାକୁ ହେବ। ଜିଓ ପ୍ରାଇମ୍ ୩୦୩ ଟଙ୍କାରେ ଦିନକୁ ୧ ଜିବି ଡାଟା ଦେବ।

୩୧୯ ଟଙ୍କାର ଏହି ପ୍ଲାନ୍‌ରେ ଅନ୍‌ଲିମିଟେଡ୍ କଲିଂ ମଧ୍ୟ ରହିଛି। କିନ୍ତୁ କେବଳ ଏମ୍‌ଟିଏନ୍‌ଏଲ୍‌ରୁ ଏମ୍‌ଟିଏନ୍‌ଏଲ୍‌କୁ। ଏହି ପ୍ଲାନ୍‌ର ଭାଲିଡିଟି ୨୮ ଦିନ ପାଇଁ ରହିଛି। ପ୍ଲାନ୍‌କୁ ଜାରି ରଖିବା ପାଇଁ ପୁଣି ରିଚାର୍ଜ କରିବାକୁ ପଡ଼ିବ।

କଂପାନୀ ପକ୍ଷରୁ କୁହାଯାଇଛି ପ୍ରୋମୋଶନାଲ୍ ଅଫରର ଭାଲିଡିଟି ୯୦ ଦିନ ପାଇଁ ରହିଛି। ଏହି ଅଫର ଅନୁଯାୟୀ ଦୁଇ ଦିନରେ ଥରେ ନେଟୱର୍କରେ ୨୫ ମିନିଟର ଫ୍ରି କଲିଂ ଦିଆଯିବ। ୨୫ ମିନିଟ୍ ପରେ ପ୍ରତି ମିନିଟ୍ ପାଇଁ ୨୫ ପଇସା ଦେବାକୁ ପଡ଼ିବ।

ସେହିଭଳି ବିଏସ୍‌ଏନ୍‌ଏଲ୍‌ ଆସନ୍ତାକାଲି ଠାରୁ ୩୩୯ ଟଙ୍କାରେ ପ୍ରତି ଦିନ ୨ଜିବି ଡାଟା ଦେବ। ଏହି ପ୍ଲାନ୍‌ରେ ଅନ୍ ନେଟ୍ କଲିଂ ଫ୍ରି ଅଛି। ଅନ୍ୟ ନେଟ୍‌ୱର୍କକୁ କଲ୍ କରିବାକୁ ପ୍ରତିଦିନ ୨୫ ମିନିଟ୍ ଫ୍ରି ଦିଆଯିବ। ତେବେ ଏହି ଅଫରଟି ୯୦ଦିନ ପାଇଁ ରହିଛି।

 

Previous ArticleNext Article

Send this to a friend