ସ୍ୱାଧୀନତା ଉତ୍ସବରେ ସାମିଲ ହୋଇ ନଥିଲେ ଗାନ୍ଧୀଜୀ: ଜାଣନ୍ତୁ କାରଣ

4

୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନତା ଲାଭ କରିଥିଲା। ଏହି ସ୍ୱାଧୀନତା ହାସଲ ଲଢେଇର ମହାନାୟକ ଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ଏକଥା ତ ସବୁ ଭାରତୀୟ ଜାଣନ୍ତି। ହେଲେ ଆପଣ ଜାଣିଛନ୍ତି ଭାରତ ସ୍ୱାଧୀନ ହେବା ପରେ ଯେଉଁ ଜସନ୍‌ (ଉତ୍ସବ) ମନା ଯାଇଥିଲା ସେଥିରେ ଗାନ୍ଧୀଜୀ ସାମିଲ ହୋଇ ନଥିଲେ। ଆସନ୍ତୁ ଜାଣିବା କ’ଣ ଥିଲା ସେ କାରଣ ଯେଉଁଥି ପାଇଁ ଗାନ୍ଧୀଜୀ ଏହି ଉତ୍ସବରେ ସାମିଲ ହୋଇ ନଥିଲେ।

7ଦେଶ ଯେତେବେଳେ ଇଂରେଜଙ୍କ କବଳରୁ ୧୯୪୭ ଅଗଷ୍ଟ ୧୫ରେ ମୁକ୍ତ ହେଲା ସେ ସମୟରେ ଗାନ୍ଧୀଜୀ ପଶ୍ଚିମବଙ୍ଗର ନୋଆଖଲିରେ ଥିଲେ। ସେଠାରେ ସେ ହିନ୍ଦୁ, ମୁସଲମାନଙ୍କ ମଧ୍ୟରେ ଲାଗିଥିବା ସାମ୍ପ୍ରଦାୟକ ହିଂସାକୁ ରୋକିବାକୁ ଅନଶନରେ ବସିଥିଲେ।

5ନେହରୁ ଏବଂ ପଟେଲ ଚିଠି ଲେଖି ଦେଶ ୧୫ ଅଗଷ୍ଟକୁ ପ୍ରଥମ ସ୍ୱାଧୀନତା ଦିବସ ମନାଇବ ବୋଲି ଜଣାଇଥିଲେ। ହେଲେ ଗାନ୍ଧୀଜୀ ଆସି ନଥିଲେ।

2ଗାନ୍ଧୀଜୀ ଚିଠି ଲେଖି ଜଣାଇଥିଲେ, ଯେତେବେଳେ ହିନ୍ଦୁ ଓ ମୁସଲମାନ ଜଣେ ଅନ୍ୟର ଜୀବନ ନେଉଛି, ଏ ସମୟରେ ଉତ୍ସବ ମନାଇବାକୁ କେମିତି ଯିବି।

3ନେହରୁ ଐତିହାସିକ ଭାଷଣ ‘ଷ୍ଟେଟ୍‌ ୱିଥ ଡେଷ୍ଟିନ’ ଦେଇଥିଲେ। ଏ ଭାଷଣ ୧୪ ଅଗଷ୍ଟ ମଧ୍ୟରାତ୍ରିକୁ ସେ ବର୍ତ୍ତମାନର ରାଷ୍ଟ୍ରପତି ଭବନରେ ଦେଇଥିଲେ।

1ସବୁ ସ୍ୱତନ୍ତ୍ରତା ଦିବସରେ ଭାରତର ପ୍ରଧାନମନ୍ତ୍ରୀ ଲାଲକିଲାରେ ଜାତୀୟ ପତାକା ଉତ୍ତୋଳନ କରିଥାନ୍ତି। ହେଲେ ୧୫ ଅଗଷ୍ଟ ୧୯୪୭ରେ ଏମିତି ହୋଇ ନଥିଲା। ଲୋକସଭା ସଚିବାଳୟର ଏକ ସୋଧପତ୍ର ଅନୁସାରେ ୧୬ ଅଗଷ୍ଟ ୧୯୪୭କୁ ନେହରୁ ଲାଲକିଲାରେ ପତାକା ଉତ୍ତୋଳନ କରିଥିଲେ।

6୧୫ ଅଗଷ୍ଟରେ ଭାରତ ସ୍ୱାଧୀନ ହୋଇଯାଇଥିଲା ସତ, ହେଲେ ଏହାର କୌଣସି ଜାତୀୟ ସଙ୍ଗୀତ ନଥିଲା। ରବୀନ୍ଦ୍ରନାଥ ଟାଗୋରରଙ୍କ ‘ଜନଗଣ ମନ…’କୁ ୧୯୫୦ରେ ଜାତୀୟ ସଙ୍ଗୀତ କରାଯାଇଥିଲା।

Previous ArticleNext Article

Send this to a friend