ଗାୟତ୍ରୀ ପ୍ରଜାପତିଙ୍କୁ ନେଇ ଅଡୁଆରେ ଅଖିଳେଶ

Gayatri-Prasad

ଲକ୍ଷ୍ନୌ: ଦୁଷ୍କର୍ମ ଅଭିଯୁକ୍ତ ଉତ୍ତରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତିଙ୍କ ପାଇଁ  ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏବେ ଆଡୁଆରେ ପଡିଛନ୍ତି। ନିର୍ବାଚନର ଶେଷ ପର୍ଯ୍ୟାୟ ଭେ।ଟ ଗ୍ରହଣ ବାକିଥିବା ବେଳେ ଗାୟତ୍ରୀ ପୋଲିସ ଆଖିରେ ଧୂଳି ଦେଇ ଫେରାର୍‌ ହୋଇଯାଇଛନ୍ତି। ଏହାକୁ ନେଇ ବିଜେପି ଅଖିଳେଶଙ୍କୁ ଟାର୍ଗେଟ କରିଛି। ଗାୟତ୍ରୀ ଆମେଥି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଏସ୍‌ପି ଟିକେଟରେ ନିର୍ବାଚନ ଲିଢୁଥିଲେ। ଭେ।ଟ ଗ୍ରହଣ ପରଠାରୁ ସେ ଫେରାର ଅଛନ୍ତି। ପୋଲିସ୍‌ ତାଙ୍କ ବିରେ।ଧରେ ଜାମିନ ବିହିନ ଗିରିଫ ପରୱାନା ଓ ଲୁକ୍‌ ଆଉଟ ନୋଟିସ୍‌ ଜାରି କରିଛି। ଏହାସହ ଉତ୍ତରପ୍ରଦେଶ ରାଜ୍ୟପାଳ ମଧ୍ୟ ଗାୟତ୍ରୀ ପ୍ରଜାପତିକୁ କ’ଣ ପାଇଁ ଏପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳରୁ ବାହାର କରାଯାଇନାହିଁ ଅଖିଳେଶଙ୍କ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

Previous ArticleNext Article

Send this to a friend