ଗିରଫର ୩ ଘଣ୍ଟାପରେ ଜାମିନ: ଭାରତର ଚାପରେ ଲଣ୍ଡନରୁ ଗିରଫ୍‌ ହୋଇଥିଲେ ମାଲ୍ୟା

vijay-mallya_650x400_51461552684

ନୂଆଦିଲ୍ଲୀ: ଜଣାଶୁଣା ବ୍ୟବସାୟୀ ବିଜୟ ମାଲ୍ୟା ଗିରଫ ହେବାର ୩ଘଣ୍ଟା ପରେ ତାଙ୍କୁ ଜାମିନ ମିଳିଯାଇଛି। ଲଣ୍ଡନରୁ ବିଜୟ ମାଲ୍ୟାଙ୍କୁ ସ୍କଟ୍‌ଲ୍ୟାଣ୍ଡ ୟାଡ୍‌ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ମାଲ୍ୟାଙ୍କ ଗିରଫ ହେବାର ୩ଘଣ୍ଟା ପରେ କୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ଭାରତର ବିଭିନ୍ନ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କା ଋଣ କରି ମାଲ୍ୟା ଲୁଚି କରି ଲଣ୍ଡନ ପଳାଇ ଯାଇଥିଲେ। ଏହାପରେ ଭାରତ ସରକାର ମାଲ୍ୟାଙ୍କୁ ପଳାତକ ଘୋଷଣା କରିଛି । ଏହାସହ ଇଂଲଣ୍ଡ ସରକାରଙ୍କ ଉପରେ ମାଲ୍ୟାଙ୍କୁ ଗିରଫ କରିବା ପାଇଁ  ଭାରତ ଚାପ ପ୍ରୟୋଗ କରି ଆସୁଥିଲା। ଏହି ଗିରଫ ପରେ ସ୍କଟଲ୍ୟାଣ୍ଟ ୟାଡ୍‌ ପୋଲିସ କହିଥିଲା ଯେ ଭାରତର ଚାପ ଦ୍ୱାରା ମାଲ୍ୟାଙ୍କୁ ଗିରଫ କରାଯାଇଥିଲା।

Previous ArticleNext Article